ଗୋବିନ୍ଦପାଲ୍ଲୀରେ ସଡ଼କ ସୁରକ୍ଷା ସଚେତନତା ଅଭିଯାନ
ମାଥିଲି ନିପ୍ର:ଶ୍ରୀଧର ପାଢ଼ୀ (ଭଞ୍ଜ ଦୂତ ଖବର)
ଗୋବିନ୍ଦପାଲ୍ଲୀ ଡିଗ୍ରୀ କଲେଜରୁ ଏକ ସଡ଼କ ସୁରକ୍ଷା ସଚେତନତା ରାଲି ବାହାରି ଗୋବିନ୍ଦପାଲ୍ଲୀ ସହର ପରିକ୍ରମା କରିଥିବା ଦେଖିବାକୁ ମିଳିଛି। ମୋଟର ଭେହିକଲ୍ ଇନ୍ସପେକ୍ଟର ଶେଖ ଇନୁସ୍, ଏସ୍ଆଇ ମନୋରଞ୍ଜନ ପ୍ରଧାନ, ଏଏସ୍ଆଇ ପଦ୍ମନ ପୂଜାରୀ ଙ୍କ ମିଳିତ ଉଦ୍ୟମରେ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଏହି ଅବସରରେ ଗୋବିନ୍ଦପାଲ୍ଲୀ ଡିଗ୍ରୀ କଲେଜ ଲେକଚର୍ ଏ. ଶ୍ରୀନିବାସ ରାଓ ଏବଂ ଛାତ୍ରଛାତ୍ରୀଙ୍କ ମାଧ୍ୟମରେ ସାଧାରଣ ଲୋକଙ୍କୁ ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନ କରାଯାଇଥିଲା। ବିଶେଷକରି ଦୁଇଚକିଆ ଯାନ ଚଳାଇବା ସମୟରେ ହେଲମେଟ୍ ବ୍ୟବହାର କରିବା ସହ ଟ୍ରାଫିକ୍ ନିୟମ ପାଳନ କରିବାକୁ ଲୋକଙ୍କୁ ଅନୁରୋଧ କରାଯାଇଥିଲା। ସଡ଼କ ଦୁର୍ଘଟଣା ରୋକିବା ଏବଂ ଲୋକଙ୍କ ମଧ୍ୟରେ ସୁରକ୍ଷିତ ଯାତାୟାତ ନେଇ ସଚେତନତା ସୃଷ୍ଟି କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା।ଲେକଚର୍ ଏ. ଶ୍ରୀନିବାସ ରାଓଙ୍କ ପିଲା ମାନେ ଯଦି ଶିଖିବେ ତାହେଲେ ତାଙ୍କ ପରିବାର ଲୋକେ ବି ନିୟମ ଶିଖିବେ ଓ ସୁରକ୍ଷିତ ଯାତାୟାତ କରିବା ସହିତ ନିଜେ ଓ ପରିବାର ଲୋକ ଙ୍କ ଜୀବନ ରକ୍ଷା ହେଇପାରିବ ବୋଲି ସୂଚନା ଦେଇଥିଲେ
