“ଉଦୀୟମାନ”ପକ୍ଷରୁ ୨୫ ତମ ଶିଶୁ ମହୋତ୍ସବ ଓ ଗାନ୍ଧୀ ଶାସ୍ତ୍ରୀ ଜୟନ୍ତୀ ପାଳିତ ।
ଚଣ୍ଡିଖୋଲ ୩/୧0(ଭଞ୍ଜ ଦୂତ , ଅମିତ ମହାନ୍ତି ) ଯାଜପୁର ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ତରଫରୁ
ଚଣ୍ଡିଖୋଲ ସ୍ଥିତ ଡିୟୁ ପବ୍ଲିକ ସ୍କୁଲ ପରିସରରେ ଉଦୀୟମାନ ସ୍ବେଛାସେବୀ ଅନୁଷ୍ଠାନ ଆନୁକୂଲ୍ୟରେ ୨୫ ତମ ଶିଶୁ ମହୋତ୍ସବ ଓ ଗାନ୍ଧୀ, ଶାସ୍ତ୍ରୀ ଜୟନ୍ତୀ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇ ଯାଇଛି।
ଉତ୍ସବର ପ୍ରଥମ ଅଧିବେଶନକୁ ଗାନ୍ଧୀବାଦୀ ରାମଚନ୍ଦ୍ର ଶୁକ୍ଳ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ, ମୁଖ୍ୟ ଅତିଥି ଭାବେ ଡ଼ ଅଜୟ କୁମାର ଲେଙ୍କା, ମୁଖ୍ୟ ବକ୍ତା, ତୁହିଂନାଶୁ ରଥ, ସମ୍ମାନିତ ବକ୍ତା ଡ଼ ରଜନୀ କାନ୍ତ ପୃଷ୍ଟି, ସଂମ୍ମାନିତ ଅତିଥି ଶିକ୍ଷାବିତ କାହ୍ନୁଚରଣ ସାହୁ,ଆଇନଜୀବୀ ଦେବରାଜ ବେହେରା, ଉଦୟନାଥ ସାହୁ, ସମାଜସେବୀ ଆକାଶ ସାହୁ ପ୍ରମୁଖ ଯୋଗ ଦେଇ କହିଲେ ଗାନ୍ଧୀ, ଶାସ୍ତ୍ରୀଙ୍କ ଜୀବନ ଆଦର୍ଶକୁ ପ୍ରତ୍ୟେକ ଛାତ୍ରଛାତ୍ରୀ ଅନୁସରଣ କଲେ ଏ ଦେଶ ସଠିକ ଭାବରେ ଆଗକୁ ବଢ଼ି ପାରିବ। ଉକ୍ତ ସଭାକୁ ଶିକ୍ଷାବିତ୍ ପ୍ରମୋଦ କୁମାର ଦାଶ ସଭାପତିତ୍ବ କରିଥିବା ବେଳେ ଉଦୀୟମାନ ମହିଳା ସଂଗଠନ ସଂପାଦିକା ଅରୁଣୀ ନନ୍ଦ ସ୍ବାଗତ ଭାଷଣ, ଉପସଭାପତି,ବିନୋଦିନୀ ଦାସ ଅତିଥି ପରିଚୟ ଓ ପ୍ରଧାନ ଶିକ୍ଷକ ପ୍ରକାଶ କୁମାର ନାୟକ ଧନ୍ୟବାଦ ପ୍ରଦାନ କରିଥିଲେ।
ପରେ ପରେ ନୃତ୍ୟ, ସଂଗୀତ,ଏକକ ଅଭିନୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଚାରକ ଭାବରେ ସଂଗୀତ ଗୁରୁ ମାନସ ଦାଶ,କଣ୍ଠଶିଳ୍ପୀ ଜିନା, ନୃତ୍ୟଗୁରୁ ତନୁଶ୍ରୀ, ପ୍ରିୟ ଦର୍ଶିନୀ ରାୟ ପ୍ରମୁଖ ସଠିକ ବିଚାର ପ୍ରଦାନ କରିଥିଲେ। ଉକ୍ତ ପ୍ରତିଯୋଗିତାରେ ବିଭିନ୍ନ ଜିଲ୍ଲାର ୫୦୦ ବିଦ୍ୟାଳୟରୁ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ବିଜୟୀ ପ୍ରତିଯୋଗୀମାନଙ୍କୁ ଅନୁଷ୍ଠାନର ରୋପ୍ୟ ଜୟନ୍ତୀ ରେ ପୁରସ୍କୃତ କରାଯିବ।
ଉଦଯାପନୀ ଉତ୍ସବର ମୁଖ୍ୟ ଅତିଥି ଭାବେ ଯାଜପୁର ଭାଜପା ଜିଲ୍ଲା ସଭାନେତ୍ରୀ ଦେବଯାନୀ ପ୍ରଧାନ, ମୁଖ୍ୟବକ୍ତା ଯାଜପୁର ଏସଡିପିଓ ଶରତ ଚନ୍ଦ୍ର ପାତ୍ର, ସମ୍ମାନିତ ଅତିଥି ରୋଟାରିୟାନ ଚନ୍ଦନ କୁମାର ନାୟକ,ସମାଜ ସେବୀ ଜନ୍ମେଜୟ ସାହୁ, ଇଂ ଦେବେନ୍ଦ୍ର ଲେଙ୍କା, ପ୍ରଧାନ ଶିକ୍ଷକ ସ୍ମୃତି ରଂଜନ ଆଚାର୍ଯ୍ୟ ଏବଂ ହାସ୍ୟ ଅଭିନେତା ସୁର ମହାରଣା, ନିତିଆନା, ରାଜିବ ଓ ଲିଟୁ ଯୋଗ ଦେଇ ବହୁ ଶିକ୍ଷଣୀୟ କଥା ଛାତ୍ରଛାତ୍ରୀ ମାନଙ୍କୁ କହିବା ସହିତ ହାସ୍ୟ ରସାତ୍ମକ କଥାରେ ଦର୍ଶକଙ୍କୁ ଭରପୁର ଆନନ୍ଦ ଦେଇଥିଲେ।
ସଭାରେ ସଭାପତି ଅବିନାଶ ଜେନା ସଭାପତିତ୍ୱ କରିଥିବା ବେଳେ ସଂପାଦକ କାର୍ତିକ ଚନ୍ଦ୍ର ଜେନା ବାର୍ଷିକ ବିବରଣୀ ପାଠ, ଅତିଥି ପରିଚୟ କାଦମ୍ବିନୀ ମିଶ୍ର, ସ୍ବାଗତ ଭାଷଣ ସରୋଜିନୀ ପଣ୍ଡା ଏବଂ ଧନ୍ୟବାଦ ରଶ୍ମିତା ସେଠି ପ୍ରଦାନ କରିଥିଲେ।
ମଞ୍ଚ ପରିଚାଳନାରେ ଇତିଶ୍ରୀ ପରିଡା,ରଶ୍ମିତା ଓଝା, ରଶ୍ମୀ ରଞ୍ଜନ ଦାସ, କରିଥିଲାବେଳେ ଅନିଲ ପାତ୍ର, ସୁରେନ୍ଦ୍ର ଗନ୍ତାୟତ, ରଂଜନ ମାହାଲା,ଡମ୍ବରୁ ଧର ଜେନା,ଖିରୋଦ ଦାସ,ଶର୍ମିଷ୍ଠା ଜେନା, ସୋନାଲି ନାୟକ, ମାନସୀ ଦାସ, ସରସ୍ବତୀ ସିଂ, ଶେଷାବ୍ଦୀ ସାମନ୍ତରାୟ, ସୁକାନ୍ତ ମହାପାତ୍ର, ସଞ୍ଜିବ ସାମଲ,ପ୍ରଦୀପ ଜେନା, ଶ୍ରୀକାନ୍ତ ସିଂ, ବିଜୟ ଜେନା, ବିପିନ ବେହେରା,ସାଗର ନାୟକ, ତାପସ ସ୍ବାଇଁ, ମଦନ ପରମାଣିକ, ସୁଶାନ୍ତ ଜେନା,ଅଂଜନା ମାହାନା, ବିନୋଦ ରଥ, ରାଧାରାଣୀ ରଥ, ତୁଳସୀ ଭଞ୍ଜ,ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ଶେଷରେ ଅନୁଷ୍ଠାନର ମୁଖ୍ୟ ସମସ୍ତ ସଭ୍ୟସଭ୍ୟାଙ୍କୁ କୃତଜ୍ଞତାପୂର୍ବକ ଧନ୍ୟବାଦ ଅର୍ପଣ କରିଥିଲେ ।
