କୋରାପୁଟ ଉତ୍କଳ ସଂକୃତ ଶିକ୍ଷକ ମହାସଂଘ ର ବିଶ୍ୱ ସଂକୃତ ଦିବସ ପାଳିତ l
ଆଜି କୋରାପୁଟ ସ୍ଥିତ ପି ଏ ମ ଶ୍ରୀ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଉତ୍କଳ ସଂକୃତ ଶିକ୍ଷକ ମହାସଂଘ ଦ୍ୱାରା ବିଶ୍ୱ ସଂକୃତ ଦିବସ ମହା ସମାରୋହ ରେ ପାଳିତ ହୋଇଯାଇଛି l ଏଥିରେ ମୂଖ୍ୟ ଅତିଥି ଭାବେ କୋରାପୁଟ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଅର୍ପିତା ପ୍ରଧାନ ଯୋଗଦେଇ ଥିବା ବେଳେ ଅନ୍ୟ ଅତିଥିଭାବେ ଜୟନ୍ତ କୁମାର ପାଳ ଶ୍ରୀମତୀ ରଶ୍ମିତା କୁମାରୀ ବେହେରା ଗୋକୁଳା ନନ୍ଦ ପ୍ରଧାନ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ର ପ୍ରଫେସର ଦେବାଶିଷ କର୍ମକର ଯୋଗଦେଇ ସଂକୃତ ଭାଷାର ପ୍ରଚାର ପ୍ରସାର ପାଇଁ ସମସ୍ତେ ଉଦ୍ୟମ କରିବା ଉଚିତ ବୋଲି କହିବା ସହ ଆଜି ବି ଏହି ପ୍ରାଚୀନ ଭାଷା ତାର କଳା ସଂକୃତି ଭାଷା ଭାସ୍କଯ୍ୟ କୁ ବଞ୍ଚାଇ ରଖିବାକୁ ପ୍ରୟାସ ଜାରି ରଖିଛି ବୋଲି କହିଥିଲେ l ସଂକୃତ ଶିକ୍ଷକ ମନୋଜ କୁମାର ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଙ୍ଘର ସଂପାଦକ ଜ୍ୟାତି ରଞ୍ଜନ ନନ୍ଦ ବାର୍ଷିକ ବିବରଣୀ ପାଠ କରିଥିଲେ ସେହିପରି କୃତି ପ୍ରତିଯୋଗୀ ଙ୍କୁ ଅତିଥି ଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା l ସଂଘର ସମସ୍ତ କର୍ମକର୍ତ୍ତା ଓ ପି ଏମ ଶ୍ରୀ ବିଦ୍ୟାଳୟ ଶାରୀରିଜ ଶିକ୍ଷକ ଭୀମ ବେହେରା କାଯ୍ୟକ୍ରମ ରେ ସହଯୋଗ କରିଥିଲେ ଜିଲ୍ଲା ର ସମସ୍ତ ବ୍ଲକ ର ସରକାରୀ ବିଦ୍ୟାଳୟ ସଂକୃତ ଶିକ୍ଷକ ଶିକ୍ଷୟତ୍ରୀ ଏହି କାଯ୍ୟକ୍ରମ ରେ ଉପସ୍ଥିତ ଥିଲେ l କୋରାପୁଟ ରୁ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ ଟାକ୍ରୀ ଭଞ୍ଜ ଦୂତ ଖବର କାଗଜ
