ସ୍କୁଲ ଗାଡ଼ି ଓଲଟି ୧୫ ଛାତ୍ରଛାତ୍ରୀ ଆହତ,
ଚଣ୍ଡିଖୋଲ ୩/୧0(ଭଞ୍ଜ ଦୂତ ଅମିତ ମହାନ୍ତି )
ଆଜି ସକାଳ ପ୍ରାୟ ୮ଟା ସମୟରେ ବଡ଼ଚଣା ଶିକ୍ଷାମଣ୍ଡଳ ଅଧୀନ ଧାନମଣ୍ଡଳସ୍ଥିତ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲର ଏକ ସ୍କୁଲ ଗାଡ଼ି ୧୫ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ସ୍କୁଲ ଯାଉଥିଲା। ଧାନମଣ୍ଡଳ ଜିଆଇଇଟି କଲେଜ ନିକଟରେ ହଠାତ୍ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।
ଦୁର୍ଘଟଣା ପରେ ଗାଡ଼ିରେ ଥିବା ୧୫ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ।
ପ୍ରାଥମିକ ଚିକିତ୍ସା ପରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡ଼ିଛି। ସ୍ଥାନୀୟ ଲୋକଙ୍କ ତତ୍ପରତା ଯୋଗୁଁ ଏକ ବଡ଼ ଅଘଟଣ ଟଳିଗଲା ବୋଲି କହିଛନ୍ତି ସ୍କୁଲ ଅଧ୍ୟକ୍ଷ ପଦ୍ମନାଭ ରଥ ପ୍ରକାଶ କରିଛନ୍ତି.।
