କୁଡ଼ୁମୀ ସେନାର ବାନ୍ଦନା ପରବ ଭେଟଘାଟ-୨୦୨୬
______________
ସାରସକଣା,(୩/୧୦/୨୬)(ନି.ପ୍ର): କୁତୁମୀ ସେନାର ବାନ୍ଦନା ପରବ ଭେଟଘାଟ ୨୦୨୬ ର ପ୍ରଥମ ପ୍ରସ୍ତୁତି ବୈଠକ ସ୍ଥାନୀୟ ଅକ୍ସଫୋର୍ଡ କୋଚିଂ ସେଣ୍ଟର ଝାରପୋଖରିଆ(ବମ୍ୱେଛକ) ଠାରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ନଭେମ୍ବର ୧୫ ତାରିଖ ରବିବାର ଅନୁଷ୍ଠିତ ହେବାକୁ ଥିବା ସଂସ୍କୃତି ବଞ୍ଚାଓ ଅଭିଯାନ,ଗୋରୁ ଖୁଣ୍ଟା,ଢ଼େଙ୍ଗୁଆନ, ପାନ୍ତା ଝୁମର ପ୍ରତିଯୋଗିତା ଓ ଝୁମର ମେଲୋଡି ଆୟୋଜନକୁ କିପରି ଭାବେ ଶୃଙ୍ଖଳିତ ପରିଚାଳନା କରାଯିବ ସେ ବିଷୟରେ ଆଜି କୁଡୁମୀ ସେନାର ଉପସ୍ଥିତ କର୍ମୀ ମାନଙ୍କ ମଧ୍ୟରେ ଆଲୋଚନା ଓ ସମାଲୋଚନା କରା ଯାଇଥିଲା । ତେବେ ପ୍ରତିଯୋଗିତାରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ଦିଗରେ ସେନା ପକ୍ଷରୁ ବିଶେଷ ଗୁରୁତ୍ୱ ଦିଆଯାଇଥିଲ। ।ବୈଠକରେ ବିଶ୍ୱନାଥ ମହାନ୍ତ, ସାଇରମ ମହାନ୍ତ, ଶୀତେଶ ମହାନ୍ତ,ବ୍ଲକ ସଭାପତି କାହ୍ନୁ ମହାନ୍ତ, ଅଜିତ ମହାନ୍ତ, କୁବେର ମହାନ୍ତ, ସଞ୍ଜୟ ମହାନ୍ତ, ପପୁ ମହାନ୍ତ ଏବଂ ମହିଳା ସେନା ସଭାପତି ଗୀତାଞ୍ଜଳି ମହାନ୍ତ,ମଧୁସ୍ମିତା, ଓହଲ୍ୟା ମହାନ୍ତ, ଛାତ୍ର ସେନା ଭବାନୀ ମହାନ୍ତ, ଦେବବ୍ରତ ମହାନ୍ତ, ଛାତ୍ରୀ ସେନା ଧାରାକ୍ରାନ୍ତି ମହାନ୍ତ ଓ ରାଧା ମହାନ୍ତଙ୍କ ସହିତ ବହୁ କର୍ମୀ ଉପସ୍ଥିତ ଥିଲେ । ଅନିଲ କୁମାର ସାହୁ ସାରସକଣା ପ୍ରତିନିଧି ଭଞ୍ଜଦୂତ ଖବର ।
