ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ।
ଭଞ୍ଜନଗର -୦୩/୧୦ (ପ୍ରଫୁଲ୍ଲ କୁମାର ମହାରଣା )ଭଞ୍ଜନଗର ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅନୁଷ୍ଠାନର ମାନନୀୟ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦିବସର ମହତ୍ତ୍ୱ ଓ ଉଭୟ ମହାପୁରୁଷଙ୍କ ଆଦର୍ଶ ସମ୍ପର୍କରେ ଶିଶୁମାନଙ୍କୁ ଅବଗତ କରାଇଥିଲେ।
ସମ୍ମାନିତ ଅତିଥି ଭାବେ ଶ୍ରୀମତୀ ସ୍ୱର୍ଣ୍ଣପ୍ରଭା ଭୂୟାଁ ଗୁରୁମା ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଶ୍ରୀମତୀ ସ୍ନେହଲତା ସାହୁ ଗୁରୁମା ଯୋଗଦେଇ ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୀବନୀ, ଦେଶ ପ୍ରତି ସେମାନଙ୍କ ଅବଦାନ ତଥା ସତ୍ୟ, ଅହିଂସା, ସରଳତା, ଶୃଙ୍ଖଳା ଓ ଦେଶପ୍ରେମର ମହତ୍ତ୍ୱ ଉପରେ ଶିଶୁମାନଙ୍କୁ ବୌଦ୍ଧିକ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମରେ ଶିଶୁମାନଙ୍କ ମଧ୍ୟରେ ମହାପୁରୁଷ ଦ୍ୱୟଙ୍କ ଆଦର୍ଶକୁ ନିଜ ଜୀବନରେ ଅନୁସରଣ କରିବାର ଭାବନା ସୃଷ୍ଟି କରାଯାଇଥିଲା। ସମଗ୍ର କାର୍ଯ୍ୟକ୍ରମକୁ ଶ୍ରୀମତୀ ମମତା କୁମାରୀ ଦାଶ ଗୁରୁମା ସୁଚାରୁରୂପେ ସଂଯୋଜନା କରିଥିଲେ।ଅନୁଷ୍ଠାନ ର ସମସ୍ତ ସେବାବ୍ରତୀ, ଗୁରୁଜୀ ଓ ଗୁରୁମା ମାନେ ପୂର୍ଣ୍ଣ ସହଯୋଗ କରିଥିଲେ।
