ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳରେ ସାଂସଦ ବଳଭଦ୍ର ମାଝୀ, କଲେ ସ୍ଥିତି ସମୀକ୍ଷା
ମାଥିଲି ନିପ୍ରି: (ଶ୍ରୀଧର ପାଢ଼ୀ ଭଞ୍ଜ ଦୂତ ଖବର) ନବରଙ୍ଗପୁରକୁ ଅର୍ଥ ମଞ୍ଜୁର, ମାଲକାନଗିରି ଅପେକ୍ଷାରେ—ସମାନ ନିର୍ବାଚନମଣ୍ଡଳୀରେ ଅସମାନତା ନେଇ ପ୍ରଶ୍ନ ?
ବାତ୍ୟା ଓ ପ୍ରବଳ ବର୍ଷାରେ ପ୍ରଭାବିତ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ। ଏହି ସମୟରେ କ୍ଷତିଗ୍ରସ୍ତ ଚାଷଜମି ଓ ଅଞ୍ଚଳର ପରିସ୍ଥିତି ସମ୍ପର୍କରେ ସେ ସମୀକ୍ଷା କରିଥିବା ଦେଖାଯାଇଛି।
ତେବେ ଏହାକୁ ନେଇ ମାଲକାନଗିରି ଜିଲ୍ଲାରେ ଏକ ଅନ୍ୟ ପ୍ରଶ୍ନ ଉଠିଛି। ଅଭିଯୋଗ ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ପାଇଁ ଅର୍ଥ ମଞ୍ଜୁରି ହୋଇଥିବା ବେଳେ ମାଲକାନଗିରି ପାଇଁ ଏପର୍ଯ୍ୟନ୍ତ ସେହି ପରିମାଣର ଅର୍ଥ ମଞ୍ଜୁରି ହୋଇନାହିଁ। ଫଳରେ ଏକେ ସାଂସଦୀୟ ନିର୍ବାଚନମଣ୍ଡଳୀର ଦୁଇ ଜିଲ୍ଲା ମଧ୍ୟରେ ଅର୍ଥ ବଣ୍ଟନକୁ ନେଇ ପାର୍ଥକ୍ୟ କାହିଁକି ବୋଲି ଚର୍ଚ୍ଚା ଜୋର ଧରିଛି। ସୂଚନା ଯୋଗ୍ୟ ଯେ ନବରଙ୍ଗପୁର ଜିଲ୍ଲା ପାଇଁ ୫ କୋଟି ଗଂଜାମ ଜିଲ୍ଲା ୨ କୋଟି ଗଞ୍ଜପତି ଜିଲ୍ଲା ୨ କୋଟି ଝାରସୁଗୁଡ଼ା ୧କୋଟି ହେଲେ ମାଲକାନାଗିରି ଜିଲ୍ଲା ପାଇଁ କେତେ ଟଙ୍କା ମଞ୍ଜୁରି ହେବା କେବେ ହେବ ଦେଖିବାକୁ ବାକି ରହିଲା ।
(ମାଥିଲି ରୁ ଶ୍ରୀଧର ପାଢ଼ୀ ଭଞ୍ଜ ଦୂତ ଖବର)
