*କଳାହାଣ୍ଡି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ନୂତନ କମିଟି ଗଠିତ*
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନି:ପ୍ର)
୧୯/୦୯: କଳାହାଣ୍ଡି ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ନୂତନ କର୍ମକର୍ତ୍ତା ଚୟନ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇ ନୂତନ କମିଟି ଗଠନ କରାଯାଇଛି। ବୈଠକରେ ପରମାନନ୍ଦ ମାଝୀ ସଭାପତିତ୍ୱ କରିଥିବାବେଳେ ଦ୍ରୋଣାଚାର୍ଯ୍ୟ ମାଝୀ ସଭା ପରିଚାଳନା କରିଥିଲେ। କୁମୁଦକାନ୍ତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।
ବୈଠକରେ ସର୍ବସମ୍ମତିକ୍ରମେ ଆଦିବାସୀ କଲ୍ୟାଣ ସଂଘର ନୂତନ କମିଟି ଗଠନ କରାଯାଇଥିଲା। ସଭାପତି ଭାବେ ପରମାନନ୍ଦ ମାଝୀ ମନୋନୀତ ହୋଇଥିବାବେଳେ ଉପସଭାପତି ଭାବେ ବିଦ୍ୟାଧର ଶବର, ପଦ୍ମଲୋଚନ ମାଝୀ, ଚୂଡ଼ାମଣି ମାଝୀ, ଗଙ୍ଗାଧର ଶବର, ସନ୍ଥ କୁମାର ନାଏକ, ଦ୍ରୋଣାଚାର୍ଯ୍ୟ ମାଝୀ ଓ ନିରାକାର ପାତ୍ରଙ୍କୁ ମନୋନୀତ କରାଯାଇଛି।
ସେହିପରି ଶେଷଦେବ ମାଝୀଙ୍କୁ ସାଧାରଣ ସମ୍ପାଦକ, ସଞ୍ଜୟ ଶବରଙ୍କୁ ସମ୍ପାଦକ, ଦୁଷ୍ମନ୍ତ ମାଝୀଙ୍କୁ କୋଷାଧ୍ୟକ୍ଷ ଏବଂ ରୁକ୍ମଣୀ ମାଝୀଙ୍କୁ ମହିଳା ସଭାନେତ୍ରୀ ଭାବେ ଦାୟିତ୍ୱ ଦିଆଯାଇଛି।
ବ୍ଲକ ସଭାପତି ଭାବେ ଭବାନୀପାଟଣାରୁ ପିତାମ୍ବର ଶବର, କେସିଙ୍ଗାରୁ ସାଧୁରାମ ମାଝୀ, କର୍ଲାମୁଣ୍ଡାରୁ ଶ୍ୟାମଚନ୍ଦ୍ର ଭୋଇ, ମ.ରାମପୁରରୁ ଗୌରଚନ୍ଦ୍ର ମାଝୀ, ନର୍ଲାରୁ ମଧୁସୂଦନ ମାଝୀ, ଲାଞ୍ଜିଗଡ଼ରୁ ସୁଶାନ୍ତ ମାଝୀ, ଥୁଆମୂଳ ରାମପୁରରୁ ରାମଚନ୍ଦ୍ର ମାଝୀ, କଲମପୁରରୁ ମୀନକେତନ ମାଝୀ, ଜୟପାଟଣାରୁ ଡମ୍ବରୁଧର ନାଏକ, କୋକସରାରୁ ଭରତଚନ୍ଦ୍ର ଜାନୀ, ଧର୍ମଗଡ଼ରୁ ବନମାଳୀ ଭୋଇ ଏବଂ ଜୁନାଗଡ଼ରୁ ବଳରାମ ଦଳପତି ମନୋନୀତ ହୋଇଛନ୍ତି।
କାର୍ଯ୍ୟକାରୀ ସଦସ୍ୟ ଭାବେ ଚନ୍ଦ୍ରଶେଖର ଶବର, ରବି ମାଝୀ, ରୁକୁରାମ ଶବର, କୁମୁଦକାନ୍ତ ମାଝୀ, ତରୁଣ ମାଝୀ, ବବୃବାହନ ପାତ୍ର ଓ କାମଦେବ ଧଙ୍ଗଡାମାଝୀଙ୍କୁ ମନୋନୀତ କରାଯାଇଛି।
ଉପଦେଷ୍ଟା ମଣ୍ଡଳୀରେ କୁମରମଣି ଶବର, ବୈଦ୍ୟରାଜ ପବିତ୍ର ଶବର, ନରେନ୍ଦ୍ର ମାଝୀ, ନୀଳାମ୍ବର ପାତ୍ର, ଧନସିଂ ମାଝୀ ଓ ପଦ୍ମସିଂ ମାଝୀଙ୍କୁ ସ୍ଥାନ ଦିଆଯାଇଛି।
ବୈଠକରେ . ସଂଘର ବହୁ ସଦସ୍ୟ ଉପସ୍ଥିତ ଥିଲେ।
