ନିର୍ମାଣ ସରିଲା, ବ୍ୟବହାର ହେଲାନି! ମାଥିଲି ଥାନା ସାମ୍ନାରେ ତାଲାବନ୍ଦ ଶୌଚାଳୟ
ଲୋକଙ୍କ ସୁବିଧା ନାଁରେ ନିର୍ମାଣ, ଉପଯୋଗ ବେଳକୁ ଅବହେଳା—ପଞ୍ଚାୟତର କାର୍ଯ୍ୟଶୈଳୀକୁ ନେଇ ଉଠିଲା ପ୍ରଶ୍ନ
ମାଥିଲି, ଭଞ୍ଜଦୂତ ଖବର ନି.ପ୍ର.: ମାଥିଲି ବ୍ଲକ ସଦର ମହକୁମାର ମାଥିଲି ଥାନା ସମ୍ମୁଖରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଚିତ୍ର। ସାଧାରଣ ଲୋକଙ୍କ ସୁବିଧା ପାଇଁ ନିର୍ମାଣ ହୋଇଥିବା ଶୌଚାଳୟର ନିର୍ମାଣ କାମ ସରିଛି, କିନ୍ତୁ ଏହା ଏବେ ବି ଲୋକଙ୍କ ବ୍ୟବହାରକୁ ଆସିନାହିଁ। ଶୌଚାଳୟର ଦ୍ୱାର ବନ୍ଦ ରହିଥିବା ବେଳେ ଚାରିପଟେ ଅନାବନା ଘାସ ଓ ଅପରିଚ୍ଛନ୍ନ ପରିବେଶ ଏହାର ରକ୍ଷଣାବେକ୍ଷଣକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛି।
ଲୋକଙ୍କ ଟଙ୍କାରେ ନିର୍ମାଣ ହେଉଥିବା ସରକାରୀ ସମ୍ପତ୍ତି ଯଦି ନିର୍ମାଣ ପରେ ବି ଲୋକଙ୍କ କାମରେ ନ ଆସେ ତେବେ ଏଭଳି ନିର୍ମାଣର ଉଦ୍ଦେଶ୍ୟ ନେଇ ସାଧାରଣରେ ପ୍ରଶ୍ନ ଉଠିବା ସ୍ୱାଭାବିକ। ଶୌଚାଳୟ ନିର୍ମାଣ ସରିବା ପରେ ମଧ୍ୟ ଏହାକୁ ଲୋକଙ୍କ ପାଇଁ ଖୋଲା ଯାଇନଥିବାର କାରଣ କ’ଣ? ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ କାହାର?—ଏନେଇ ପଞ୍ଚାୟତ ପ୍ରଶାସନ ପକ୍ଷରୁ ସ୍ପଷ୍ଟୀକରଣ ଦାବି ହେଉଛି।
ଭଞ୍ଜଦୂତ ଖବର ମାଥିଲି ବ୍ଲକ ରୁ ଶ୍ରୀଧର ପାଢ଼ୀ ଭଞ୍ଜ ଦୂତ ଖବର
