*ସର୍ପ ଦଂଶନ ରେ ଯୁବକଙ୍କ ମୃତ୍ୟୁ**
ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଇବ୍ରିସିଂ ପଞ୍ଚାୟତର ବେଉଁଳ ଗ୍ରାମରେ ବୁଧୁବାର ଦିନ ଗୋଟେ ବିଷଧର ସର୍ପ କାମୁଡ଼ାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବାର ଜଣା ପଡିଛି । ମୃତକ ଯୁବକ ହେଲେ ସଂଗ୍ରାମ କୁମାର ବର୍ଦ୍ଧନ ଡାକ ନାମ ଅକ୍ଷୟ (୩୫)।
ସୂଚନା ଅନୁଯାୟୀ, ସନାତନ ବର୍ଦ୍ଧନ ଙ୍କ ବଡ଼ ପୁଅ ସଂଗ୍ରାମ ବାଡି ରେ କାମ କରୁଥିବା ବେଳେ ହଠାତ୍ ଅଚାନକ ସର୍ପ ଉପରେ ଗୋଡ଼ ପଡିଯିବାରୁ ବିଷଧର ସର୍ପ ତାଙ୍କୁ ଦଂଶନ
କରିଥିଲା l ପାଖରେ କାମ କରୁଥିବା ପରିବାର ଲୋକେ ଏହି ଘଟଣା ଦେଖି ତୁରନ୍ତ ଏରସମା ମେଡିକାଲ ପରେ ଜଗତସିଂହପୁର ପରେ କଟକ ମେଡିକାଲ କୁ ଚିକିତ୍ସା ନିମନ୍ତେ ନେଇଥିଲେ l ମାତ୍ର ଗତ କାଲି ରାତ୍ର ଗୋଟାକରେ ଚିକତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା l ପରେ ତାଙ୍କର ସବ ବ୍ୟବଛଦ ହୋଇ ଆସିବ ପରେ ନିଜ ଗ୍ରାମ୍ୟ ସ୍ମଶାନ ରେ କାର୍ଯ୍ୟ ଶେଷ କରାଯାଇଥିଲା l ତାଙ୍କର ଏଭଳି ଆକସ୍କିକ ବିୟୋଗ ଯୋଗୁଁ ସ୍ଥାନୀୟ ସ୍ତରରେ ଶୋକର ଛାୟା
ଖେଳିଯାଇଛି l
