ଢେଙ୍କାନାଳ ବିଭାଗ ସଂଘ ଚାଳକ ସୁଧୀର ମିଶ୍ରଙ୍କ ମାତୃ ବିୟୋଗ
ଅନୁଗୋଳ/ତାଳଚେର(ମନୋଜ ରାଉତ)(ନିପ୍ର): ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍ଏସ୍ଏସ୍) ଢେଙ୍କାନାଳ ବିଭାଗର ବିଭାଗ ସଂଘ ଚାଳକ ଶ୍ରୀ ସୁଧୀର ମିଶ୍ରଙ୍କ ମାତା ଶକୁନ୍ତଳା ମିଶ୍ରଙ୍କର ଗୁରୁବାର ୯୬ ବର୍ଷ ବୟସରେ ପରଲୋକ ଘଟିଛି।
ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ପରେ ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଶାସନସ୍ଥିତ ତାଙ୍କ ବାସଭବନରେ ଶେଷ ଦର୍ଶନ ପାଇଁ ଆତ୍ମୀୟସ୍ୱଜନ, ବନ୍ଧୁବର୍ଗ ଓ ସ୍ଥାନୀୟ ଜନସାଧାରଣଙ୍କ ଭିଡ଼ ଲାଗିଥିଲା। ବହୁ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଶକୁନ୍ତଳା ମିଶ୍ରଙ୍କ ବିୟୋଗରେ ଆର୍ଏସ୍ଏସ୍ର ବହୁ କର୍ମକର୍ତ୍ତା ଓ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି। ଢେଙ୍କାନାଳ ବିଭାଗ କାର୍ଯ୍ୟବାହ ଚନ୍ଦ୍ରଶେଖର ବେହେରା, ବିଭାଗ ପ୍ରଚାରକ ଚିନ୍ମୟ କୁମାର ରଥ, ଅନୁଗୋଳ ଜିଲ୍ଲା ସଂଘ ଚାଳକ ବିଜୟ କୁମାର ସାହୁ, ସହ ଜିଲ୍ଲା ସଂଘ ଚାଳକ ଗିରିଧାରୀ ଶତପଥୀ, ଜିଲ୍ଲା କାର୍ଯ୍ୟବାହ ଜ୍ୟୋତିର୍ବିଦ ଅନିଲ କୁମାର ମହାନ୍ତି, ସହ ଜିଲ୍ଲା କାର୍ଯ୍ୟବାହ ବାବୁଲି ସାମଲ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ମାୟାଧର ସାହୁ ଓ ବରିଷ୍ଠ ସ୍ୱୟଂସେବକ ପର୍ଶୁରାମ ବାରିକଙ୍କ ସମେତ ସଂଘର ବହୁ କର୍ମକର୍ତ୍ତା ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।
ସମସ୍ତେ ଦିବଂଗତ ଆତ୍ମାର ସଦ୍ଗତି ନିମନ୍ତେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବା ସହ ଶୋକସନ୍ତପ୍ତ ପରିବାରକୁ ଏହି ଦୁଃଖଦ ସମୟରେ ଧୈର୍ଯ୍ୟ ଓ ଶକ୍ତି ପ୍ରଦାନ ପାଇଁ କାମନା କରିଛନ୍ତି।
