ସହିଦ୍ ଯବାନ ସଞ୍ଜୟ କୁମାର ବେହେରାଙ୍କ ୪ର୍ଥ ଶ୍ରାଦ୍ଧ ବାର୍ଷିକୀରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
( ନିପ୍ର ଗୋକୁଳାନନ୍ଦ ବେହେରା)ଢେଙ୍କାନାଳ ହିନ୍ଦୋଳ ଦେଶ ମା’ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଢେଙ୍କାନାଳ ଜିଲ୍ଲା ଝାଡ଼ବନ୍ଧ ଗ୍ରାମର ସହିଦ୍ ଯବାନ ସଞ୍ଜୟ କୁମାର ବେହେରାଙ୍କ ୪ର୍ଥ ଶ୍ରାଦ୍ଧ ବାର୍ଷିକୀ ଆଜି ତାଙ୍କ ପୈତୃକ ଗ୍ରାମ ଝାଡ଼ବନ୍ଧ ରେ ଅତ୍ୟନ୍ତ ଶ୍ରଦ୍ଧା ଓ ଭାବପୂର୍ଣ ପରିବେଶରେ ପାଳନ କରାଯାଇଛି। ଆଜି ସକାଳେ ସହିଦ୍ ଯବାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଦୀପ ପ୍ରଜ୍ଜ୍ୱଳନ କରି ତାଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇଥିଲା। ଏହି ଅବସରରେ ଗ୍ରାମର ବୟୋଜ୍ୟେଷ୍ଠ, ଯୁବକ ସଂଘ, ମହିଳା ସମିତି ଓ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ଉପସ୍ଥିତ ରହି ବୀର ଯବାନଙ୍କ ବଳିଦାନକୁ ମନେ ପକାଇଥିଲେ। ଦେଶର ସୀମାନ୍ତରେ ଜଗି ରହି ସହିଦ୍ ହୋଇଥିବା ସଞ୍ଜୟ କୁମାର ବେହେରା ଝାଡ଼ବନ୍ଧ ମାଟିର ଗର୍ବ ବୋଲି ଗ୍ରାମବାସୀ କହିଛନ୍ତି। ତାଙ୍କ ବଳିଦାନ ଯୁବ ପିଢୀଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ସମସ୍ତେ ମତ ପ୍ରକାଶ କରିଛନ୍ତି। ଏହି ଶ୍ରାଦ୍ଧ ବାର୍ଷିକୀ ଉତ୍ସବରେ ସହିଦ୍ ଙ୍କ ଧର୍ମପତ୍ନୀ ଶ୍ରୀମତୀ ବିଷ୍ଣୁପ୍ରିୟା ରାଉତ ବଡ଼ ପୁଅ ଆରୀୟନ ବେହେରା ଏବଂ ସାନ ପୁଅ ଶ୍ରେୟାନ ବେହେରା ପ୍ରମୁଖ ଉପସ୍ଥିତ ରହି ପୂଜାର୍ଚ୍ଚନା କରିଥିଲେ। ଶେଷରେ ‘ସହିଦ୍ ଯବାନ ଅମର ରହେ, ଜୟ ହିନ୍ଦ୍’ ଧ୍ୱନୀରେ ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା। ଜ୍ଞାନରଞ୍ଜନ ବେହେରା ଓ ସମୀୟ ରଞ୍ଜନ ସାହୁ. ସୁଧାକର ସାହୁ.ଉପସ୍ଥିତ ଥିଲେ.
