ଶ୍ରୀରାମ ନବମୀ ମହୋତ୍ସବ କମିଟି ସଦସ୍ୟଙ୍କ ବିୟୋଗରେ ସ୍ମୁତି ଚାରଣ ସଭା(ଫଟୋ)
ବନ୍ତ, ୧୮/୯(ନିପ୍ର): ବନ୍ତ ଶ୍ରୀରାମ ନବମୀ ମହୋତ୍ସବ କମିଟିର ସଦସ୍ୟ ତଥା ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା ସ୍ୱର୍ଗତ ଜୟନ୍ତ କୁମାର ପଣ୍ଡାଙ୍କ ଦ୍ୱାଦଶ କ୍ରିୟା ଅବସରରେ ବନ୍ତ ବଜାରରେ ଏକ ସ୍ମୁତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ବିଜେପି ପ୍ରବକ୍ତା ପତଞ୍ଜଳି କର ଶର୍ମାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଭଣ୍ଡାରିପୋଖରୀ ବିଧାନସଭା ବିଜେପି ନେତା ସୁଧାଂଶୁ ନାୟକ, ସମାଜସେବୀ ତ୍ରିଲୋଚନ ପଣ୍ଡା, ଆଇନଜୀବି ରବିନ୍ଦ୍ରନାଥ ଓଝା, ପୂର୍ବତନ ସରପଞ୍ଚ ଅରୁଣ କୁମାର ଖୁଣ୍ଟିଆ, ରାମ ନବମୀ କମିଟିର ବନ୍ତ ଖଣ୍ଡ ସଂଯୋଜକ ସୁବାଷ ସ୍ୱାଇଁ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ହରମୋହନ ବେହେରା, ଶିଶିର କର, ପୂର୍ବତନ ବିଜେପି ମଣ୍ଡଳ ସଭାପତି ସୂର୍ଯ୍ୟମଣି ସାହୁ, ଟିଲୋ ପଞ୍ଚାୟତ ବିଜେପି ସଭାପତି ଲକ୍ଷ୍ମୀ କର, ତପନ ମଣ୍ଡଳ, ଲକ୍ଷ୍ମୀ ପୂଜା କମିଟି ସମ୍ପାଦକ ନୃସିଂହ ଚରଣ ପରିଡା ପ୍ରମୁଖ ଯୋଗ ଦେଇ ସ୍ବର୍ଗତ ପଣ୍ଡାଙ୍କ ବହୁମୁଖୀ ଗୁଣାବଳୀ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ପରିବାର ବର୍ଗ ସହଯୋଗ କରିଥିଲେ।
