ଆଗଭର ହେଲେ ଭବାନିପାଟଣା, ଗୋପିନାଥପୁର ନିବାସୀ ବରିଷ୍ଠ ନାଗରିକ ତଥା ବିଶିଷ୍ଟ ସମାଜସେବୀ ଶ୍ରୀ ପ୍ରଭାକର ପଣ୍ଡା.
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନିପ୍ର)
ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ, ବିଶେଷତଃ ବରିଷ୍ଠ ନାଗରିକଙ୍କ ପାଇଁ, ଆର୍ଥିକ ଅଭାବ ସବୁବେଳେ ନବାନ୍ନ ଭକ୍ଷଣ ରେ ଏକ ବିରାଟ ପ୍ରତିବନ୍ଧକ l ଏହି ଅଭାବକୁ ଦୂର କରିବାକୁ ଆଗଭର ହେଲେ ଭବାନିପାଟଣା, ଗୋପିନାଥପୁର ନିବାସୀ ବରିଷ୍ଠ ନାଗରିକ ତଥା ବିଶିଷ୍ଟ ସମାଜସେବୀ ଶ୍ରୀ ପ୍ରଭାକର ପଣ୍ଡା l ଗତ 14/09/26(ସୋମବାର) (ନବାନ୍ନ ର ପୂର୍ବ ଦିନ) ଦେପୁର ହାଟ ନିକଟସ୍ଥ କଲ୍ୟାଣ ମଣ୍ଡପ ଠାରେ ଶ୍ରୀ ପଣ୍ଡା ଆର୍ଥିକ ଦୁର୍ବଳ ଶ୍ରେଣୀର 110 ଜଣ ବରିଷ୍ଠ ନାଗରିକ (ଉଭୟ ପୁରୁଷ ଓ ମହିଳାଙ୍କୁ ମିଶି) ଧୋତି/ଶାଢ଼ି ଏବଂ ଖାଦ୍ୟ ସାମଗ୍ରୀ ବଣ୍ଟନ କରିଥିଲେ l ଅନ୍ୟତମ ବରିଷ୍ଠ ନାଗରିକ ଶ୍ରୀ ଗୋବିନ୍ଦ ବଲ୍ଳଭ ସୁଆର ତାଙ୍କର ପତ୍ନୀ ସ୍ଵର୍ଗତ କାନ୍ତି ପ୍ରଭା ଙ୍କ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଏହି ସେବା କାର୍ଯ୍ୟ ପାଇଁ 5000 ଟଙ୍କା ଦାନ କରିଥିଲେ l ବରିଷ୍ଠ ନାଗରିକ ସଂଘ, କଳାହାଣ୍ଡିର ସଭାପତି ଶ୍ରୀ ବିଜୟ ହୋତା ଓ ସମ୍ପାଦକ ଶ୍ରୀ ଗିରିଜା ବାବୁ, ଓଡିଶା ଅବସରପ୍ରାପ୍ତ କର୍ମଚାରୀ ସଂଘ ର ସାଧାରଣ ସମ୍ପାଦକ , ଶ୍ରୀ ପ୍ରସନ୍ନ କୁମାର ପଟ୍ଟନାୟକ, Citizens Forum ର ସମ୍ପାଦକ ଶ୍ରୀ ସୀମାଞ୍ଚଳ ମିଶ୍ର ତଥା କଳାହାଣ୍ଡି ଶିକ୍ଷା ବିକାଶ କେନ୍ଦ୍ର ରୁ ଶ୍ରୀ କୃଷ୍ଣlବତlର ଦେଓ ସlମଗ୍ରୀ ବଣ୍ଟନ କରିଥିଲେ l
ସଭାପତି, ବରିଷ୍ଠ ନାଗରିକ ସଂଘ କଳାହାଣ୍ଡି
