*ନୂଆଁଖାଇରେ ସହାୟତା ୧୫ ଗୋଟି ସହାୟତା ଆବଶ୍ୟକ ପରିବାରଙ୍କୁ ନୂଆଁଖାଇ ସାମଗ୍ରୀ ସହାୟତା ପ୍ରଦାନ*
ନୂଆପଡା(ମିଖାଏଲ ନନ୍ଦ) ତା:୧୫.୦୯.
ପଶ୍ଚିମ ଓଡ଼ିଶାର ପ୍ରମୁଖ କୃଷିଭିତ୍ତିକ ଗଣ ପର୍ବ ନୂଆଁଖାଇ ପାଳନ ରେ ସମଗ୍ର ଅଞ୍ଚଳ ମସଗୁଲ ଥିବା ବେଳେ ୧୫ ଗୋଟି ସହାୟତା ଆବଶ୍ୟକ ଥିବା ପରିବାରଙ୍କୁ ବଦାନ୍ୟ ବ୍ୟକ୍ତି ସହାୟତା କରିଛନ୍ତି। ତାଙ୍କ ପର୍ବ ପାଳନ ରେ ଥିବା ସମସ୍ୟା ଦୂରୀଭୂତ ହୋଇଥିବା ବେଳେ ପର୍ବ ପାଇଁ କୌଣସି ବାଇକ୍ତି କିମ୍ବା ସାହୁକାର ଠାରେ ନେହୁରା ହେବାକୁ ପଡ଼ିବ ନାହିଁ। ଏଭଳି ପରିସ୍ଥିତିରେ କିଛି ସହୃଦୟ ବ୍ୟକ୍ତି, ଖଡିଆଳ ସହରର ୧୫ ଗୋଟି ସହାୟତା ଆବଶ୍ୟକ ପରିବାରକୁ ଚିହ୍ନଟ କରି, ସେମାନଙ୍କୁ ନୂଆଁଖାଇ ପାଇଁ ପର୍ବ ରେ ଲାଗୁଥିବା ସାମଗ୍ରୀ ପ୍ରଦାନ କରାଯାଇଛି। ତାଙ୍କ ଖୁସି ରେ ସାମିଲ ହୋଇ ଆତ୍ମା କୁ ତୃତ୍ପି ମିଳି ଥିବା ପ୍ରକାଶ କରିଛନ୍ତି।
ଦେଶ ବିକାଶର ପଥରେ ଆଗକୁ ବଢ଼ୁଥିଲେ ମଧ୍ୟ ଏଭଳି ହଜାର ହଜାର ପରିବାର ଆଜି ବି ମୌଳିକ ଆବଶ୍ୟକତା ପୂରଣ ପାଇଁ ପ୍ରତିଦିନ ସଂଘର୍ଷ ଏବଂ ସଂଗ୍ରାମ କରୁଛନ୍ତି। ଦୈନିକ ଉପାର୍ଜିତ ଅର୍ଥ ଖର୍ଚ୍ଚ ହେଉଥିବା ବେଳେ ଏଭଳି ପର୍ବ ପର୍ବାଣୀ ଅତିରିକ୍ତ ଖର୍ଚ୍ଚ ଧାର ଉଧାର ପାଇଁ ବାଧ୍ୟ କରିଥାଏ। ନିଜ ଅଭାବ ମଧ୍ୟରେ ସେମାନେ ଶ୍ରମ ଦେଇ ସମାଜକୁ ଚଳାଇବା ସହ ଆମ ପର୍ବପର୍ବାଣୀ, ପରମ୍ପରା ଓ ସାଂସ୍କୃତିକ ପାଳନ ରେ ତାଙ୍କ ମୁଖ୍ୟ ଭୂମିକା ରହିଥାଏ। କିନ୍ତୁ ତାଙ୍କ ଜୀବନର ଧାରାକୁ ସଜାଡ଼ିବା ଅଳ୍ପ ଅର୍ଥରେ ଅଧିକ ଖୁସି ସାଉଁଟିବାକୁ ଜୀବନ୍ତ ରହିଥାନ୍ତି।ନୂଆଁଖାଇ କେବଳ ନୂଆ ଧାନ ଖାଇବାର ପର୍ବ ନୁହେଁ, ବରଂ ନିଜ ଖୁସିକୁ ଅନ୍ୟମାନଙ୍କ ସହ ବାଣ୍ଟିବାର ମଧ୍ୟ ପର୍ବ ଏକ ପାର୍ଶ୍ୱ ଅଟେ। ଏହି ଭାବନାରୁ ଏହି ଛୋଟ ପ୍ରୟାସ କରାଯାଇଥିଲା।
ଏହି ପ୍ରୟାସରେ ସହଯୋଗ କରିଥିବା *ସଞ୍ଜୟ ବେହେରା, ତାମ୍ରଧ୍ୱଜ ମାଝୀ, ରାଜେଶ ମହାପାତ୍ର, କୈଳାସ ସେଠୀ, ସରୋଜ ନାଗ ଓ ସନ୍ଦୀପ ଜେ*ଙ୍କୁ ଆୟୋଜକମାନେ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି। ଅନ୍ୟ ପାଇଁ ବଞ୍ଚିବା ପ୍ରୟାସ ସତରେ ଆତ୍ମା କୁ ତୃପ୍ତି ପ୍ରଦାନ କରିବା ସହ ତାଙ୍କ ଖୁସିରେ ନିଜକୁ ଅଧିକ ଖୁସି ମିଳିଥାଏ।
