ଦିଗାମ୍ବର ପଲ୍ଲୀ ଗ୍ରାମ ରେ ହରେକୃଷ୍ଣ ନାମ ପ୍ରବଚନ ଅନୁଷ୍ଠିତ।
ଭଞ୍ଜନଗର -୧୭/୦୯ (ପ୍ରଫୁଲ୍ଲ କୁମାର ମହାରଣା )ଜଗତର କଲ୍ୟାଣ,ଦେଶର ମଙ୍ଗଳ ଓ ହିତ ପାଇଁ ଜଗନ୍ନାଥପ୍ରସାଦ ବ୍ଲକ ଅନ୍ତର୍ଗତ ଦିଗାମ୍ବର ପଲ୍ଲୀ ଗ୍ରାମ ଠାରେ ମହାଆଡମ୍ବରରେ ଗଣେଶ ପୂଜା ପାଳିତ ହେବା ସଙ୍ଗେ ସଙ୍ଗେ ହରେକୃଷ୍ଣ ନାମ ପ୍ରବଚନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗ୍ରାମବାସୀ,ପିଲା ଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ମହାଆନନ୍ଦର ସହିତ ଅଂଶ ଗ୍ରହଣକରି କୃଷ୍ଣ ନାମ ପ୍ରବଚନ ଶ୍ରବଣ କରିଥିଲେ। ଏବଂ କେତକ ବରେଣ୍ୟ ବ୍ୟକ୍ତି ହରେକୃଷ୍ଣ ଦୀକ୍ଷା କୁ ଗ୍ରହଣ କରିଥିଲେ। ସୂଚନା ଯୋଗ୍ୟ ହରେକୃଷ୍ଣ ଦୀକ୍ଷା ଅନୁଷ୍ଠାନର ପ୍ରବଚକ ଗୁରୁ ଶ୍ରୀ ରାଜେନ୍ଦ୍ର ଦାସ ଭଗବାନ ଶ୍ରୀ କୃଷ୍ଣ ରାଧ ଙ୍କ ଲୀଳା କୁ ଅତି ସୁନ୍ଦର ଭାବରେ ପ୍ରତିପାଦନ କରିଥିଲେ। ଏଥିରେ ହରେକୃଷ୍ଣ ଦୀକ୍ଷାର ବହୁ ସଦସ୍ୟ ଯୋଗ ଦେଇଥିଲେ। ହରେକୃଷ୍ଣ ଦୀକ୍ଷାରେଆସିଥିବା ସମସ୍ତ ସଦସ୍ୟ ମାନଙ୍କୁ ଶ୍ରୀ ଗିରିଶ ଚନ୍ଦ୍ର ସାହୁଙ୍କ ଦ୍ୱାରା ଉପଢ଼ୋକନ ଦେଇ ସ୍ୱାଗତ କରାଯାଇଥିଲା। ଗ୍ରାମର ଲକ୍ଷ୍ମୀକାନ୍ତ ନାୟକ, ପ୍ରମୋଦ ନାୟକ,ବୁଲୁ ନାୟକ ପରିଚାଳନା କରିଥିବା ବେଳେ ପୀତବାସ ନାୟକ, ଶଙ୍କର ନାୟକ ଏବଂ ଗ୍ରାମବାସୀ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ। ଶ୍ରୀ ଦାସ କହିଥିଲେ ଯେ ସଂସାର ଘଟୁଥିବା ଅନ୍ୟାୟ, ଅତ୍ୟାଚାର, ଦୁଃଖକୁ ଦୂର କରିବା ପାଇଁ ପ୍ରତ୍ୟେକ ଗ୍ରାମ ମାନଙ୍କରେ ଏହି ହରେକୃଷ୍ଣ ଦୀକ୍ଷା ପ୍ରବଚନ କାର୍ଯ୍ୟକ୍ରମ ହେବା ଆବଶ୍ୟକ ଅଟେ। ପ୍ରବଚନ ଶେଷରେ ଗ୍ରାମବାସୀ ଓ ଆଖ ପାଖ ଗ୍ରାମବାସୀ ମାନେ ଅର୍ଣ୍ଣ ପ୍ରସାଦ ମହାଆନନ୍ଦରେ ସେବନ କରିଥିଲେ।
