ସୋର (ଜ୍ୟୋତି ପ୍ରକାଶ ଦୀକ୍ଷିତ) : ସୋର ବ୍ଲକ ଅନନ୍ତପୁରରେ ଥିବା ଉପଡାକଘର ଉପରେ ପାଖାପାଖି ୨୦ରୁ ଅଧିକ ପଞ୍ଚାୟତର ଲୋକ ନିର୍ଭର କରନ୍ତି। ଗତ ଜୁନ ୯ତାରିଖରେ ଜନସାଧାରଣଙ୍କ ଦ୍ୱାରା ଏକ ଲିଖିତ ଅଭିଯୋଗ ମହା ଡାକପାଳଙ୍କୁ ଦିଆଯାଇଥିଲା। ଯାହା ବହୁଦିନ ଧରି ଆଧାର କାର୍ଯ୍ୟ ବନ୍ଦ ହେବା, ଡିଜି ଥାଇ ମଧ୍ୟ ଖରାପ ହୋଇପଡ଼ିଥିବାରୁ ବିଦ୍ୟୁତ କାଟ ହେଲେ ଲୋକମାନେ ଅପେକ୍ଷା କରୁଥିଲେ।ଆଜି ଅପରାହ୍ନରେ ଡାକ ବିଭାଗ ଦ୍ୱାରା ସୋର ସବ ଡିଭିଜନ ଡାକ ଅଧିକାରୀ କୋରାୟୀ ଶ୍ରୀକାନ୍ତ ତଦନ୍ତ କରିବାକୁ ଆସିଥିବାବେଳେ ଅଭିଯୋଗ କରିଥିବା କିଛି ବୁଦ୍ଧିଜୀବୀଙ୍କୁ ଡାକି ଆଲୋଚନା କରିଥିଲେ। ଯଦି ସେ ଦାବି ଗୁଡିକ ପନ୍ଦର ଦିନ ମଧ୍ୟରେ କାର୍ଯ୍ୟକାରୀ ନହୁଏ ଆମରଣ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏହି ଆଲୋଚନାରେ ନିତ୍ୟାନନ୍ଦ କର, ଚିତ୍ତରଞ୍ଜନ ଦାଶ, ବସନ୍ତ କର, ବିରଞ୍ଚି ନାରାୟଣ ପଣ୍ଡା, ବିଜୟ କୁମାର କର ପ୍ରମୁଖ ଉପସ୍ଥିତ ଥିଲେ।
