ସୋର (ଜ୍ୟୋତି ପ୍ରକାଶ ଦୀକ୍ଷିତ) : ସୋର ବ୍ଲକ ମହୁମୁହାଣ ପଞ୍ଚାୟତ ଆଙ୍ଗୁଳା କଚେରି ପଡିଆ ଠାରେ ଏକ ବିଶାଳ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l ରାଜ୍ୟରେ ପରିବେଶ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ଇକୋ ୱାକ୍ ସଙ୍ଗଠନ ଓ ବାଲେଶ୍ବର ଜିଲ୍ଲାର ଅଗ୍ରଣୀ ସଙ୍ଗଠନ ରୋଷିଆ, ସ୍ଥାନୀୟ ଗ୍ରାମବାସୀ ,ଆଙ୍ଗୁଳା ସରକାରୀ ବିଦ୍ୟାଳୟ ଓ କୃଷ୍ଣଚନ୍ଦ୍ର ଉପ୍ରା ବିଦ୍ୟାଳୟ,ଆଙ୍ଗୁଳାର ମିଳିତ ପ୍ରୟାସରେ ଏହି ଅଭିଯାନ ଆଜି ସଫଳ ହୋଇ ପାରିଛି। ୧୦୦ଟି ଗଛ ଆଜି ଲଗାଯାଇଥିବା ବେଳେ ଆଗାମୀ ଦିନରେ ଏହି ସ୍ଥାନକୁ ଏକ “ମିନି ଫରେଷ୍ଟ” ଭାବେ ତିଆରି କରାଯିବା ଲକ୍ଷ୍ୟ ରହିଛି l ଯେଉଁଠି ୧୫୦ରୁ ଉର୍ଦ୍ଧ କିସମର ୫୦୦୦ ଚାରା ରୋପଣ କରାଯିବ ବୋଲି ସଂଗଠନ ତରଫରୁ ପ୍ରକାଶ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ସରପଞ୍ଚ ଗଦାଧର ମହାପାତ୍ର ଅତିଥି ଭାବେ ଯୋଗଦେଇ ପରିଚାଳନା କରିଥିଲେ l କୃଷ୍ଣଚନ୍ଦ୍ର ଉପ୍ରା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ପ୍ରସାଦ ନାୟକ, ଆଙ୍ଗୁଳା ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଣେଶ ପ୍ରସାଦ ଭୋଳ ବିଦ୍ୟାଳୟର ପଞ୍ଚମ, ଷଷ୍ଠ ,ସପ୍ତମ ପିଲାଙ୍କ ସହ ଯୋଗଦାନ କରି ବୃକ୍ଷରୋପଣ କରିଥିଲେ l ଗଙ୍ଗାଧର ମହାନ୍ତି, ପ୍ରହ୍ଲାଦ ଦାସ, ଗଜେନ୍ଦ୍ର ମହାରଣା,ରଞ୍ଜନ ଦାସ, ନିତ୍ୟାନନ୍ଦ ଦାସ, ରବୀନ୍ଦ୍ର ପ୍ରଧାନ , ଲକି ସାହୁ ପ୍ରମୁଖ ଗ୍ରାମବାସୀ ଏହି ଅଭିଯାନକୁ ସହଯୋଗ କରିବା ସହ ବାଡ଼ ଘେରା ଓ ସୁରକ୍ଷା କାମରେ ସହଯୋଗ କରିଥିଲେ l
ଛାତ୍ର ଛାତ୍ରୀ ମାନଙ୍କୁ ସଚେତନ କରାଇବା ସହ ବୃ୍ଷରୋପଣର ଉପକାରିତା ସମ୍ପର୍କରେ ଅବଗତ କରଯାଇଥିଲା l ୫୦ ଜଣ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶପଥ କରିଥିଲେ, ‘ଏକ ପେଡ ମା କେ ଲିୟେ ‘ ଲଗାଇବା ସହ, ବିଦ୍ୟୁତ୍ ବ୍ୟବହାର କମ୍ କରାଇବା, ପାଣି ନଷ୍ଟ ନ କରିବା ଆଦି ବୃକ୍ଷ ଉପକାରିତା ସୂଚନା ଗ୍ରହଣ କରିଥିଲେ l ୭୬ତମ ବନ ମହୋତ୍ସବ ସପ୍ତାହର ଶେଷ ଦିନରେ ବର୍ଷା ହେତୁ ଏହି କାର୍ଯ୍ୟକ୍ରମକୁ ଆଜି ପାଳନ କରିଥିବା ନେଇ ସଂଗଠନ ପକ୍ଷରୁ କୁହାଯାଇଛି ଳ ସେହିପରି ଉଭୟ ସଙ୍ଗଠନର ପ୍ରତିଷ୍ଠାତା ଯୁବ ପରିବେଶବିତ୍ ଜଳେନ୍ଦ୍ର ମହାଳିକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସଙ୍ଗଠନର ସଦସ୍ୟ ବିପ୍ଳବ ରଞ୍ଜନ ବେହେରା, ପ୍ରଭାତ ବେହେରା,ସୁଶାନ୍ତ ବେହେରା,ବିଶ୍ୱଜିତ୍ ରାଜ, ବିଜୟାନନ୍ଦ ପାତ୍ର, ଚିରଞ୍ଜିବି ରାଉଳ, ନବଜ୍ୟୋଟି ପାଣିଗ୍ରାହୀ,ପ୍ରଳୟ ଦାସ ମହାପାତ୍ର , ରଶ୍ମି ରଞ୍ଜନ ନାୟକ,ପ୍ରସନ୍ନ ବେହେରା, ଚିନ୍ମୟ ପତି, ଦେବିଦତ୍ତ ନାୟକ, ରାଧାକାନ୍ତ ଦାସ, ଅଜୟ ପ୍ରଧାନ ପ୍ରମୁଖ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସହଯୋଗ କରିିଥିଲେ ।
