ସାନଖେମୁଣ୍ଡି (ସୁରଜିତ ରାଉଳ) : ପୋଡାମାରୀ ବନବିଭାଗ ସେକ୍ସନ ପକ୍ଷରୁ ପ୍ରାଥମିକ ବିଦ୍ୟାଳୟ ପରିସରରେ ବନୋତ୍ସବ ମହାଡ଼ମ୍ବରରେ ଚଳିତବର୍ଷ ପାଳିତ ହୋଇଯାଇଛି। ବିଦ୍ୟାଳୟ ର ପ୍ରଧାନଶିକ୍ଷକ ସଦାଶିବ ପାଢୀଙ୍କ ପ୍ରତ୍ୟେକ୍ଷ ତତ୍ୱାଧନରେ ବିଦ୍ୟାଳୟ ପରିସରରେ ଜାମ, ପିଜୁଳି, ଶାଗୁଆଣି ସହିତ ବିଭିନ୍ନ କିସମର ବୃକ୍ଷ ରୋପଣ କରାଯାଇଥିଲା। ଜଳବାୟୁର ସନ୍ତୁଳନ ପାଇଁ ବହୁତ ପରିମାଣରେ ବୃକ୍ଷ ରୋପଣ କରିବା ସଙ୍ଗେସଙ୍ଗେ ସେମାନଙ୍କର ଯତ୍ନ ନେବା ଅନିର୍ଵାର୍ଯ୍ୟ ବୋଲି ତାଙ୍କ ବକ୍ତବ୍ୟରେ ପରିପ୍ରକାଶ କରିଥିଲେ। ଫରେଷ୍ଟର ସୁନିଲ ମଣ୍ଡଳ ଯୋଗଦେଇ ପରିବେଶ କୁ ସନ୍ତୁଳିତ ଏବଂ ପରିଷ୍କାର ରଖିବାର ଏକମାତ୍ର ଉପାୟ ବୃକ୍ଷରୋପଣ ଏବଂ ବୃକ୍ଷ ମାନଙ୍କର ଯତ୍ନ ନେବା ଆବଶ୍ୟକ। ପ୍ରତ୍ୟେକ ବର୍ଷ ଜୁଲାଇ ପ୍ରଥମ ସପ୍ତାହକୁ ବନୋତ୍ସବ ସପ୍ତାହ ରୂପେ ପାଳନ କରାଯାଏ। ପ୍ରତ୍ୟେକ ସ୍କୁଲ ଓ କଲେଜ ମାନଙ୍କରେ ବୃକ୍ଷରୋପଣ କରାଯାଇ ସଚେତନତା ସୃଷ୍ଟି କରାଯାଏ ଏବଂ ସେମାନଙ୍କର ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ। ଗୋଟିଏ ମଣିଷ ଗୋଟିଏ ଗଛ ସ୍ଲୋଗାନ ଦେଇଥିଲେ ଫରେଷ୍ଟର ସୁନିଲ ମଣ୍ଡଳ। ଏହି ଅବସରରେ ବନବିଭାଗ ର କର୍ମଚାରୀ ରଂଜିତ କୁମାର ମାଳି, ବିଷ୍ନୁପ୍ରିୟା ଗୌଡ଼, ରାଜେନ୍ଦ୍ର ଜେନା, ପ୍ରମୋଦ ଗୌଡ଼, ସୁଶାନ୍ତ କୁମାର ମିଶ୍ର, ରମେଶ ଗୌଡ଼ ସମେତ ବିଦ୍ୟାଳୟ ର ସମସ୍ତ ଶିକ୍ଷକଶିକ୍ଷୟତ୍ରୀ ପରିଚାଳନାରେ ସହଯୋଗ କରିଥିଲେ।
