ବ୍ରହ୍ମପୁର (ସୁରଜିତ ରାଉଳ) : ଆସ୍କାରୋଡସ୍ଥିତ ପାଣିଗ୍ରାହୀପେଣ୍ଠ ସିମେଣ୍ଟରୋଡ ଠାରେ ମା ଦୁର୍ଗାଶିକ୍ଷାନୁଷ୍ଠାନରେ ମହର୍ଷି ବ୍ୟାସଦେବଙ୍କ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। କଳିଙ୍ଗବିଦ୍ୟାମନ୍ଦିରର ସହକାରୀ ଶିକ୍ଷୟତ୍ରୀ ରିଲେଶ୍ୱର ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗେଦେଇ ଦୀପା ପ୍ରଜ୍ଜଳନ କରି କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ। ଗୁରୁଙ୍କୁ ନମଣିବ ନର ଗୁରୁଯେ ସାକ୍ଷ୍ୟାତ ଇଶ୍ୱର ଅର୍ଥାଥ ଗୁରୁ ଭଗବାନ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ। ତେଣୁ ଗୁରୁଙ୍କୁ ସଦାସର୍ବଦା ଭକ୍ତି ଓ ସମ୍ମାନ ଦେବା ଉଚିତ ବୋଲି କହିଥିଲେ। ସମ୍ମାନୀତ ଅତିଥିଭାବେ ଶ୍ରମିକକଲ୍ୟାଣ ବିଦ୍ୟମାନ୍ଦିରର ସହକାରୀ ଶିକ୍ଷୟତ୍ରୀ ସସ୍ମିତା କୁମାରୀ ପଣ୍ଡା ଯୋଗଦେଇ ଭାରତୀୟ ସଂସ୍କୃତି ଓ ପରମ୍ପରା ଅତି ପ୍ରାଚୀନ ଏବଂ ଏହାକୁ ଆମେ ସମ୍ମାନ ଜଣାଇ ଏହି ଉତ୍ସବ ପାଳନ କରୁ ବୋଲି କହିଥିଲେ। ଅନୁଷ୍ଠାନର ପ୍ରତିଷ୍ଠାତା ସୂର୍ଯ୍ୟକିରଣ ସାହୁ ବ୍ୟାସଦେବଙ୍କ ଜୀବନୀ ବିଷୟରେ ଆଲୋକପାତ କରିବା ସଙ୍ଗେସଙ୍ଗେ ଏହି ଦିବସର ମହତ୍ୱ ଏବଂ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଗୁରୁବିନା ଯେକୌଣସି କାର୍ଯ୍ୟ କୁ ସିଦ୍ଧହସ୍ତ କରିବା କଠିନ ହୋଇଥାଏ ତେଣୁ ଯୁଗେଯୁଗେ ଗୁରୁପରମ୍ପରା ରହିଛି ଏବଂ ଗୁରୁଙ୍କୁ ସୁବୁବେଳେ ଭକ୍ତି ଓ ସମ୍ମାନ ଦେବା ଉଚିତ ବୋଲି କହିଥିଲେ। ଆଜିର ଏହି ପବିତ୍ର ଦିବସ ଠାରୁ ଯୁକ୍ତ ଦୁଇ କଳା ଶିକ୍ଷାଦାନ ଆରମ୍ଭ କରାଗଲା ବୋଲି ପ୍ରତିଷ୍ଠାତା ତାଙ୍କ ବକ୍ତବ୍ୟ ରେ ପ୍ରକାଶ କରିଥିଲେ। ଅନୁଷ୍ଠାନର କୁନିକୁନି ଶିଶୁମାନଙ୍କ ଦ୍ୱାରା ଗୁରୁପୂଜନ କରାଯାଇ ଶିଶୁ ମାନେ ବ୍ୟାସଦେବଙ୍କ ଜୀବନୀ ଉପରେ ବାତ୍କୃତା ପ୍ରଦାନ କରାଯାଇଥିଲା। ଶେଷରେ କୁନିକୁନି ଶିଶୁମାନଙ୍କ ଦ୍ୱାରା ସଂସ୍କୃତି ଭିତ୍ତିକ ଚିତାର୍ଶକ ନୃତ୍ୟ ପରିବେଷଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ସମସ୍ତ କର୍ମଚାରୀ ପରିଚାଳନାରେ ପୂର୍ଣ୍ଣସହଯୋଗ କରିଥିଲେ।
