୧୦୦ କେ ଭି ନୂତନ ଟ୍ରାନସଫରମ ଲଗାଇବା ପାଇଁ ଦାବି ଇଲେଇଜଙ୍ଗ ର ଗ୍ରାମବାସି l (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ) ଢେଙ୍କାନାଳ
ଗଁଦିଆ ବ୍ଲକ,
ନବଗଠିତ ଗଁଦିଆ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଇଲେଇଜଙ୍ଗ ଗ୍ରାମ ର ୧୦୦ କେ, ଭି, ଟ୍ରାନସ ଫରମ ଟି ଜୁନ ମାସ ୧୧ ତାରିଖ ଦିନ ପୋଡିଯାଇଅଛି। ଗୋଟିଏ ଫେଜ କୁ ବଣ୍ଟନ କରି ଲୋ ଭୋଲ୍ଟେଜ ରେ ଇଲେଇଜଙ୍ଗର ସମସ୍ତ ବିଦ୍ୟୁତ ଉପଭୋକ୍ତା ବିଦ୍ୟୁତ ପାଉଛନ୍ତି। ଏହା ଅନିଶ୍ଚିତତା ଭିତରେ ଗତି କରୁଅଛି। କେତେ ବେଳେ କେଉଁ ସମୟରେ ଏହି ଫେଜ ଟି ଚାଲିଯିବ ତାହା କେହି କହି ପାରିବେ ନାହିଁ। ଏ ସମ୍ପର୍କରେ ଟୋଲ ଫ୍ରୀ ନମ୍ବର ୧୯୧୨ କୁ ଜଣାଯାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ଏଣୁ ଉପଭୋକ୍ତା ଙ୍କ ମଧ୍ୟରୁ ଇଲେଇଜଙ୍ଗ ଗ୍ରାମର ଉପଭୋକ୍ତା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ତଥା ଗଁଦିଆ ବ୍ଳକ ବରିଷ୍ଠ ନାଗରିକ ମଞ୍ଚ କାର୍ଯ୍ୟକାରୀ ସଭାପତି ପ୍ରକୃତିବନ୍ଧୁ ହରିହର ସାହୁ ଙ୍କ ନେତୃତ୍ବରେ ଏକ ଉପଭୋକ୍ତା ପ୍ରତିନିଧି ମଣ୍ଡଳୀ କନିଷ୍ଠ ଯନ୍ତ୍ରୀ ଙ୍କୁ ସାକ୍ଷାତ କରି ତିନି ପୃଷ୍ଠା ର ଏକ ଦରଖାସ୍ତ ଉପଭୋକ୍ତା ଙ୍କ ତରଫ ରୁ ପ୍ରଦାନ କରିଥିଲେ। ସହକାରୀ ଯନ୍ତ୍ରୀଙ୍କ ଅନୁପସ୍ଥିତି ଥିବାରୁ ଦରଖାସ୍ତ ଟିକୁ ମଧ୍ୟ କନିଷ୍ଠ ଯନ୍ତ୍ରୀ ଙ୍କୁ ଦିଆଯାଇଥିଲା । ଅଞ୍ଚଳ ବାସୀଙ୍କ ଦୁଃଖକୁ ହୃଦୟ ର ସହିତ ଗ୍ରହଣ କରି ସମ୍ଭବତ ଯେତେ ଶୀଘ୍ର ହୋଇପାରିବ “ଇଲେଇଜଙ୍ଗ ରେ” ୧୦୦ କେଭି ର ଏକ ନୂତନ ବିଦ୍ୟୁତ ଟ୍ରାନସ ଫରମ ଲଗାଇବା ପାଇଁ ଇଲେଇଜଙ୍ଗ ର ସମସ୍ତ ଉପଭୋକ୍ତା ଦାବି ।
