*ଅନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ର ଦ୍ୱାରା ଗୁଣାତ୍ମକ ଧାନ ବିହନ ଉତ୍ପାଦନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ*
ନୂଆପଡା(ମିଖାଏଲ ନନ୍ଦ) ତା:୦୧.୦୯.
ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ପଲସିପାଣି ଗ୍ରାମ ପଂଚାୟତ ସୁବିଧା କେନ୍ଦ୍ର ଠାରେ ଅନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ର ଦ୍ୱାରା ଓଡିଶା କୃଷି ମରୁଡି ପ୍ରଶମନ କାର୍ଯ୍ୟକ୍ରମ ମାଧ୍ୟମରେ ଆୟୋଜିତ ଗୁଣାତ୍ମକ ଧାନ ବିହନ ଉତ୍ପାଦନ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ସହଜେଠ, କାସିପଲା, ପାଳସିପାଣି, ସିଲଭା , ପଟପରପାଲି, ଛିଣ୍ଡପାଣି ୬ ଗୋଟି ଗ୍ରାମର ୫୦ ର ଉର୍ଦ୍ଧ ଚାଷୀ ଯୋଗ ଦେଇଥିଲେ। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଣତି ରାଣୀ ପ୍ରଧାନ ଅନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ରର ବିଶେଷଜ୍ଞ ଦିଲ୍ଲୀପ ରାଉତ, ସମ୍ପଦ ନାୟକ, ଜିଲ୍ଲା କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ରବି ସୋରେନ ଓ ବୈଜ୍ଞାନିକ ଅନୁଜ କୁମାର ରାୟ, ଗୋଷ୍ଠୀ କୃଷି ଅଧକାରୀ ସଂଗୀତା ମେହେର ଉପସ୍ଥିତ ରହି ଚାଷୀ ମାନଙ୍କୁ ଧାନ ଚାଷ ଓ ଆଗାମୀ ଦିନରେ କିପରି ଗୁଣାତ୍ମକ ଧାନ ବିହନ ଉତ୍ପାଦନ କରି ପାରିବେ ତାର ବୈଷୟିକ ଜ୍ଞାନ କୌଶଳ ଉପରେ ତାଲିମ ଦେଇ ଥିଲେ। ବିହନ ବିଶୋଧନ, ତଳି ରୋପଣ, ମୁଖ୍ୟ କ୍ଷେତ ରୋପଣ, ସାର ପରିଚାଳନା, ରୋଗ ଓ ପୋକ ପରିଚାଳନା, ଜଳ ପରିଚାଳନା ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା ଏବଂ ଅନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ର ତରଫରୁ ରୋଗ ଓ ପୋକ ପରିଚାଳନା ଓ ବିହନ ଉତ୍ପାଦନ ଗୁରୁତ ଦେଇଥିଲେ
