ଡ୍ରାଇଭର ଦିବସରେ ବାଲିଗୁଡ଼ା ଡ୍ରାଇଭର ମହାସଂଘର ବିରାଟ ଶୋଭାଯାତ୍ରା।
ବାଲିଗୁଡ଼ା:୧/୯(ନି. ପ୍ର )-ଡ୍ରାଇଭର ଦିବସ ଅବସରରେ ବାଲିଗୁଡ଼ା ଡ୍ରାଇଭର ମହାସଂଘ ପକ୍ଷରୁ ଉତ୍ସାହ ଓ ଏକତାର ସହିତ ଡ୍ରାଇଭର ଦିବସ ପାଳନ କରାଯାଇଛି। ଏହି ଅବସରରେ ବାଲିଗୁଡ଼ା ଅଞ୍ଚଳର ବହୁ ସଂଖ୍ୟକ ଡ୍ରାଇଭର ଏକଜୁଟ ହୋଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଡ୍ରାଇଭରମାନଙ୍କ ମଧ୍ୟରେ ଭାଇଚାରା, ଏକତା ଓ ସଂଗଠନର ଶକ୍ତିକୁ ପ୍ରଦର୍ଶନ କରି ବାଲିଗୁଡ଼ାରୁ ଫୁଲବାଣୀ ପର୍ଯ୍ୟନ୍ତ ଏକ ବିରାଟ ଶୋଭାଯାତ୍ରା ବାହାରିଥିଲା। ଶୋଭାଯାତ୍ରାରେ ବହୁ ସଂଖ୍ୟକ ଡ୍ରାଇଭର ନିଜ ନିଜ ଯାନବାହନ ସହ ଯୋଗଦେଇଥିଲେ। ଏଥିରେ ଡ୍ରାଇଭର ମହାସଂଘର ଏକତା ଓ ସଂଗଠିତ ଶକ୍ତିର ଚିତ୍ର ସ୍ପଷ୍ଟ ଭାବେ ପ୍ରକାଶ ପାଇଥିଲା।
ଦିନରାତି ରାସ୍ତାରେ ଯାତ୍ରୀ ଓ ସାମଗ୍ରୀ ପରିବହନ କରି ସମାଜ ଓ ଅର୍ଥନୀତିର ଚକକୁ ଗତିଶୀଳ ରଖୁଥିବା ଡ୍ରାଇଭରମାନଙ୍କ ଅବଦାନକୁ ସମ୍ମାନ ଜଣାଇବା ସହ ସେମାନଙ୍କ ଅଧିକାର, ସୁରକ୍ଷା ଓ ସମସ୍ୟା ସମାଧାନ ନେଇ ଏକତାବଦ୍ଧ ରହିବାର ବାର୍ତ୍ତା ଏହି ଡ୍ରାଇଭର ଦିବସ ପାଳନ ମାଧ୍ୟମରେ ଦିଆଯାଇଥିଲା। ବାଲିଗୁଡ଼ାରୁ ଫୁଲବାଣୀ ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା ଡ୍ରାଇଭର ସମାଜର ଏକତା ଓ ଭାଇଚାରାର ଏକ ନିଆରା ଉଦାହରଣ ପାଲଟିଥିଲା।
