ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର
_____________
ସାରସକଣା,(୯/୯/୨୬)(ନି.ପ୍ର):
ମୟୂରଭଞ୍ଜ ଜିଲ୍ଲା ସାରସ କଣା ବ୍ଲକ ପକ୍ଷରୁ ଏକ ବ୍ଲକସ୍ତରୀୟ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ନିୟମ ଗତ ୨୦୨୫ ଅକ୍ଟୋବର ମାସ ଠାରୁ ୨୦୨୬ ମାର୍ଚ୍ଚର ପ୍ରଥମ ପର୍ଯ୍ୟାୟ ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣୀ ଶିବିର ଗତକାଲି ୮ ତାରିଖ ମଙ୍ଗଳବାର ଦିବା ୧୧ ଘଟିକା ସମୟରେ ବ୍ଲକ ସଭା କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁମନ ରାଜା ମହାନ୍ତିଙ୍କ ଅଧକ୍ଷତାରେ ଅନୁଷ୍ଠିତ ଜନଶୁଣାଣି ଶିବିରରେ ବ୍ଲକ ସାମାଜିକ ସମୀକ୍ଷକ ହାରାଧନ ମାଝି ଉପସ୍ଥିତ ଅତିଥି ଗଣଙ୍କ ପରିଚୟ ପ୍ରଦାନ କରିଥିଲେ । ଶିବିରରେ ମୁଖ୍ୟ ଅତିଥି ଭାବେ ବାରିପଦା ସ୍ଵତନ୍ତ୍ର ଭୂ-ଅର୍ଜନ ଅଧିକାରୀ ଲଲାଟେନ୍ଦୁ ସି, ବିଡିଓ ସୁମନ ରାଜା ମହାନ୍ତି, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ ସାହୁ, ସହକାରୀ ନିର୍ବାହୀ ଯନ୍ତ୍ରୀ ଗଗନ ବିହାରୀ ମହାନ୍ତି, ସହକାରୀ ପ୍ରକଳ୍ପ ଅଧିକାରୀ ଦିଲ୍ଲୀପ କୁମାର ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ । ଶିବିରରେ ବ୍ଲକର ୧୭ ଗୋଟି ପଞ୍ଚାୟତରେ ଏମଜିଏନଆରଈଜିଏସ ରେ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ରିପୋର୍ଟ ପାଠ କରାଯାଇଥିବା ବେଳେ ସେହି କାର୍ଯ୍ୟବଳୀର ସମୀକ୍ଷା କରାଯାଇଥିଲା । ଶିବିରରେ ସମସ୍ତ ପଞ୍ଚାୟତର ପଞ୍ଚାୟତିରାଜ ପ୍ରତିନିଧି, ସମିତି ସଭ୍ୟା/ସଭ୍ୟ, ଭିଆଇପି ଜବ୍ କାର୍ଡ଼ ଧାରୀ ବ୍ୟକ୍ତିବିଶେଷ, ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ସମସ୍ତ ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀଗଣ ଯୋଗ ଦେଇଥିଲେ । ଜନଶୁଣାଣୀ ଶିବିରର ଅଧ୍ୟକ୍ଷ ଲଲାଟେନ୍ଦୁ ସି ବିଭିନ୍ନ କାର୍ଯ୍ୟାବଳୀ ଉପରେ ନିଷ୍ଫତ୍ତି ଓ ନିର୍ଦ୍ଦେଶ ଶୁଣାଇଥିଲେ ।ଅନିଲ କୁମାର ସାହୁ ସାରସକଣା ପ୍ରତିନିଧି ଭଞ୍ଜଦୁତ ଖବର ।
