ବୁଲା ଗାଈଗୋରୁ ପାଇଁ ହନ୍ତସନ୍ତ ମାଥିଲିବାସୀ।
ବଜାର ଓ ମୁଖ୍ୟ ରାସ୍ତାରେ ଗାଈପଲ, ବଢୁଛି ଦୁର୍ଘଟଣା ଆଶଙ୍କା
ମାଥିଲି – ୦୯/୦୯/୨୦୨୬
ମାଲକାନଗିରି ଜିଲ୍ଲାର ମାଥିଲି ପଞ୍ଚାୟତ ତଥା ବ୍ଲକ ସଦର ମହକୁମାରେ ବୁଲା ଗାଈଗୋରୁଙ୍କ ଉପଦ୍ରବ ଦିନକୁ ଦିନ ବଢ଼ିଚାଲିଛି। ବିଶେଷକରି ସନ୍ଧ୍ୟା ସମୟରେ ଗାନ୍ଧୀଛକ, ମେଡିକାଲ ଛକ ଠାରୁ ହାଟପଦା ଅଞ୍ଚଳ ପର୍ଯ୍ୟନ୍ତ ରାସ୍ତା ଓ ବଜାରରେ ଗାଈପଲ ଘୁରୁଥିବା ଦେଖିବାକୁ ମିଳୁଛି। ଫଳରେ ଯାତାୟାତ କରୁଥିବା ସାଧାରଣ ଲୋକଙ୍କ ସମେତ ଦୁଇଚକିଆ ଓ ଚାରିଚକିଆ ଯାନ ଚାଳକମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ସ୍ଥାନୀୟ ଲୋକଙ୍କ କହିବାନୁସାରେ, କେତେକ ଗାଈ ମାଲିକ ଦିନବେଳେ ବାଛୁରୀକୁ ଘରେ ବାନ୍ଧି ଗାଈକୁ ଖୋଲା ଛାଡ଼ି ଦେଉଛନ୍ତି। ଏହାର ସୁଯୋଗ ନେଇ ଗାଈଗୁଡ଼ିକ ଚାଷଜମିରେ ପଶି ଫସଲ ନଷ୍ଟ କରୁଥିବା ଅଭିଯୋଗ ହେଉଛି। ପୁଣି ସନ୍ଧ୍ୟା ସମୟରେ ଗାଈଗୁଡ଼ିକ ମାଲିକଙ୍କ ଘରକୁ ଫେରି ଆସୁଥିବା ବେଳେ ରାସ୍ତାରେ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହେଉଛି।
ଅଭିଯୋଗ ଅନୁସାରେ, ଗାଈର କ୍ଷୀର ଦୋହନ କରିସାରିବା ପରେ କେତେକ ମାଲିକ ଗାଈକୁ ପୁଣି ଜାତୀୟ ରାଜପଥ-୩୨୬ ଉପରେ ଖୋଲା ଛାଡ଼ି ଦେଉଛନ୍ତି। ରାସ୍ତା ଉପରେ ଗାଈ ଶୋଇବା କିମ୍ବା ହଠାତ୍ ରାସ୍ତା ପାର ହେବା ଯୋଗୁଁ ଯାନବାହନ ଚାଳକଙ୍କ ପାଇଁ ଦୁର୍ଘଟଣାର ଆଶଙ୍କା ମଧ୍ୟ ବଢ଼ୁଛି।
ବ୍ଲକ ସଦର ମହକୁମାର ମୁଖ୍ୟ ରାସ୍ତା ଓ ବଜାର ଅଞ୍ଚଳରେ ଏଭଳି ଅବ୍ୟବସ୍ଥା ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରୁଛି। ଗାଈ ମାଲିକମାନଙ୍କୁ ସଚେତନ କରିବା ସହ ବୁଲା ଗାଈଗୋରୁଙ୍କ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପଞ୍ଚାୟତ ପ୍ରଶାସନ ଓ ବ୍ଲକ ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।
ଜନସାଧାରଣଙ୍କ ସୁରକ୍ଷା ଓ ଯାତାୟାତ ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ପ୍ରଶାସନ କେବେ ଏହି ସମସ୍ୟା ଉପରେ ଉଚିତ ପଦକ୍ଷେପ ନେଉଛି, ତାହା ଏବେ ଦେଖିବାକୁ ବାକି ରହିଲା। ପ୍ରତି ମାସରେ ଏକ ରୁ ଅଧିକ ଗାଈ ଗୋରୁ ଦୂର୍ଗ ଟଣାର ଶିକାର ପରେ ମୃତ୍ୟୁ ବରଣ କରୁଥିବା ଦେଖିବାକୁ ମିଲୁଛି ।ଗ୍ରାମ ପଞ୍ଚାୟତ ତାକୁ ନେଇ ସତ୍କାର କରୁଛି ଓ ତାପାଇ ଅନେକ ଟଙ୍କା ଖର୍ଚ୍ଚ ମଧ୍ଯ ହେଉଛି । ଯଦି ସରକାର ପଖ୍ୟରୁ କିଛି କୋଠର କର୍ଯ୍ୟ।କୁଷ୍ଟନ ନ ନେଲେ ଏଭଳି ଅନେକ ଟଙ୍କା ଖର୍ଚ୍ଚ ହେବ କିନ୍ତୁ ଗାଈ ଗୋରୁ ମାଲିକ ମାନେ ସୁଧୁରିବେନାହି ।ଦେଖା ଯାଉ କେବେ ହେବ କୋଠର କର୍ଯ୍ୟ।କୁଷ୍ଟନ କେବେ ହେବ ଗାଈ ଗୋରୁ ଦୂର୍ଗ ଟଣାର ଶିକାର ବନ୍ଦ। ମାଥିଲି ବ୍ଲକ ରୁ ଶ୍ରୀଧର ପାଢ଼ୀ ଭଞ୍ଜଦୂତ ଖବର ।
ମାଥିଲିରୁ ଶ୍ରୀଧର ପାଢ଼ୀଙ୍କ ରିପୋର୍ଟ ଭଞ୍ଜଦୂତ ଖବର।
