ଟିବି ରୋଗୀଙ୍କୁ ପୋଷଣ ସହାୟତା
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନି:ପ୍ର)
‘ଲାୟନ୍ସ ଆହାର ସେ ଆରୋଗ୍ୟ’ କାର୍ଯ୍ୟକ୍ରମ
ଅତାବିରା, ୮ ସେପ୍ଟେମ୍ବର ୨୦୨୬: ଟିବି ମୁକ୍ତ ଆଗାମୀ ଗଠନ ଲକ୍ଷ୍ୟରେ ଲାୟନ୍ସ କ୍ଲବ୍ ଅଫ୍ ସମ୍ବଲପୁର ସେଣ୍ଟ୍ରାଲ, ଲାୟନ୍ସ କ୍ଲବ୍ ଅଫ୍ ସମ୍ବଲପୁର ସିଲ୍କ୍ସ, ଲାୟନ୍ସ କ୍ଲବ୍ ଅଫ୍ ଅତାବିରା କୌଶଳ ଓ ଲାୟନ୍ସ କ୍ଲବ୍ ଅଫ୍ ଗୋଡ଼ଭଗା ରୋୟାଲ୍ସର ମିଳିତ ଉଦ୍ୟମରେ ‘ଲାୟନ୍ସ ଆହାର ସେ ଆରୋଗ୍ୟ’ କାର୍ଯ୍ୟକ୍ରମ ଅତାବିରା ରୁରାଲ୍ ହେଲ୍ଥ୍ ଟ୍ରେନିଂ ସେଣ୍ଟରରେ ଅନୁଷ୍ଠିତ ହୋଇଥିଲା।
ଜିଲ୍ଲା ସଂଯୋଜକ ଡ. ଚିତ୍ତରଞ୍ଜନ ଜେନାଙ୍କ ମାର୍ଗଦର୍ଶନ ଓ ସମନ୍ୱୟରେ ପ୍ରାୟ ୫୨ ଜଣ ଟିବି ରୋଗୀଙ୍କୁ ପୋଷଣ ସହାୟତା ପ୍ରଦାନ କରାଯାଇଥିଲା। ଏହା ରୋଗୀମାନଙ୍କ ସୁସ୍ଥତା ଓ ଟିବି ବିରୋଧୀ ଲଢ଼େଇକୁ ମଜବୁତ କରିବାରେ ସହାୟକ ହେବ।
ଏହି ଅବସରରେ ହସ୍ପିଟାଲ୍ ସୁପରିଣ୍ଟେଣ୍ଡେଣ୍ଟଙ୍କ ସମେତ ଚାରିଟି କ୍ଲବ୍ର ସଭାପତି ଓ ସଦସ୍ୟମାନେ ଉପସ୍ଥିତ ଥିଲେ। ମାନବିକ ସେବାର ଏହି ମହତ୍ ପ୍ରୟାସ ପାଇଁ ସମସ୍ତ କ୍ଲବ୍ ଓ ସଦସ୍ୟଙ୍କୁ ଜିଲ୍ଲା ଗଭର୍ନର ଲାୟନ୍ ଚରଣଜିତ କୌର ହୁରା ପ୍ରଶଂସା କରିଥିଲେ।
ଜିଲ୍ଲା ୩୨୨C2ର ଅନ୍ୟାନ୍ୟ ଲାୟନ୍ସ କ୍ଲବ୍ମାନେ ମଧ୍ୟ ଏଭଳି ମାନବିକ ସେବା କାର୍ଯ୍ୟରେ ଆଗେଇ ଆସି ଟିବି ମୁକ୍ତ ଆଗାମୀ ଗଠନରେ ସହଯୋଗ କରିବାକୁ ଆହ୍ୱାନ ଦିଆଯାଇଛି।
ଲାୟନ୍ ଦିନଦୟାଲ ଅଗ୍ରୱାଲ
ଡିସି – ପୋଷଣ, ଟିବି/କ୍ୟାନ୍ସର ରୋଗୀ
