ବାଲ୍ୟ ବିବାହ ମୁକ୍ତ ନିମନ୍ତେ ଶିକ୍ଷକ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ନିମନ୍ତେ ଏକ କର୍ମଶାଳା ଅନୁଷ୍ଠିତ
ସମାଜରେ ବାଲ୍ୟ ବିବାହ ମୁକ୍ତ ଅଭିଯାନ ନିମନ୍ତେ ଆଜି ଆଜି ବାଲେଶ୍ୱର ସ୍ଥିତ ଶକୁନ୍ତଳା ଉଚ୍ଚ ବିଦ୍ୟାଳୟ ଠାରେ ପବିତ୍ର ଗୁରୁଦିବସ ଉପଲକ୍ଷେ ବସ୍ତି ଏରିଆ ଡେଭେଲପମେଣ୍ଟ କାଉନସିଲ (ବିଏଡିସି) ଦ୍ୱାରା ଏକ କର୍ମଶାଳା ଆୟୋଜନ କରାଯାଇଛି. ଶକୁନ୍ତଳା ଉଚ୍ଚ ବିଦ୍ୟାଳୟ ଠାରେ ଆୟୋଜିତ କର୍ମଶାଳାକୁ ବାଲେଶ୍ୱର ଶିଶୁ ମଙ୍ଗଳ କମିଟିର ପୂର୍ବତନ ଅଧ୍ୟକ୍ଷ ଅବସରପ୍ରାପ୍ତ ପ୍ରଫେସର ଶତ୍ରୁଘନ ମଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ. ଏହି କର୍ମଶାଳାରେ ଅନ୍ୟତମ ଅତିଥି ଭାବେ ପୂର୍ବତନ ଶିଶୁ ମଙ୍ଗଳ କମିଟିର ସଭ୍ୟ ପ୍ରିୟରଞ୍ଜନ ମହାନ୍ତି ଯୋଗ ଦେଇଥିଲେ ଓ ଶକୁନ୍ତଳା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ସୁମତି ମଣ୍ଡଳ ଓ ଅନ୍ୟାନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ବୃନ୍ଦ ଇତ୍ୟାଦି ଯୋଗ ଦେଇ ବାଲ୍ୟ ବିବାହ ମୁକ୍ତ ନିମନ୍ତେ କଡାକଡ଼ି ଭାବେ ଆଇନ ପ୍ରତାୟନ ଓ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ. ଉକ୍ତ କର୍ମଶାଳା ପ୍ରାରମ୍ଭରେ ବିଏଡିସି ସାମାଜିକ ସଂସ୍ଥାର ସଂପାଦକ ତଥା ବିଶିଷ୍ଟ ସାମାଜିକ କର୍ମୀ ଶ୍ରୀ ଗୋପାଳ କୃଷ୍ଣ କର ବାଲ୍ୟବିବାହ ମୁକ୍ତ ନିମନ୍ତେ ବିଶେଷଭାବେ ଶିକ୍ଷକ ମାନଙ୍କର ଭୂମିକା ଜ଼ିଲ୍ଲା ପ୍ରଶାସନ ତଥା ସମାଜ ମଙ୍ଗଳ ବିଭାଗ ସହଯୋଗ ଅତ୍ୟନ୍ତ ସକାରାତ୍ମକ ବୋଲି ପ୍ରଶଂସା କରିବା ସହ ଶକୁନ୍ତଳା ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ଉପ ଢ଼ୌକନ ପ୍ରଧାନ କରି ସମ୍ଭୋଧିତ କରିଥିଲେ. ଉକ୍ତ କାର୍ଯ୍ୟକ୍ରମରେ ଉଚ୍ଚ ବିଦ୍ୟାଳୟର ଷଷ୍ଠ/ ସପ୍ତମ / ଅଷ୍ଟମ/ ନବମ/ ଦଶମ ଶ୍ରେଣୀ ର ଅନୁନ୍ୟ ୬୪୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ. ଏହି ପରିପେକ୍ଷୀରେ ଗତ ୯ ତାରିଖ ଦିନ ସଂଯୁକ୍ତ ରାଷ୍ଟ୍ର ସମ୍ଭିଳନିରେ ଆନ୍ତର୍ଜାତିକ ବାଲ୍ୟବିବାହ ଦିବସ ଘୋଷଣା ହେଇଥିବା ଯୋଗୁଁ ଜେଆରସି ଓ ଭୁବନ ରିବୁଙ୍କୁ ଧନ୍ୟବାଦ ଅର୍ପିତ କରାଯାଇଥିଲା. ଏହି କାର୍ଯ୍ୟକ୍ରମ ଶେଷରେ ଏକ ସାମ୍ବାଦିକ ସମ୍ମିଳନୀ ଆଯୋଜନ କରାଯାଇ ବାଲ୍ୟବିବାହ ମୁକ୍ତ ନିମନ୍ତେ ଶିକ୍ଷକ ଓ ସାମ୍ବାଦିକ , ଜ଼ିଲ୍ଲା ପ୍ରଶାସନର ଭୂମିକା ଅତ୍ୟନ୍ତ ପ୍ରସଂଶନୀୟ ବୋଲି ବିଏଡିସିର ସଂପାଦକ ଗୋପାଳ କୃଷ୍ଣ କର ମତବ୍ୟକ୍ତ କରିଥିଲେ. ଏହି କାର୍ଯ୍ୟକ୍ରମକୁ ବାଲେଶ୍ୱର ଜ଼ିଲ୍ଲାର ବିଏଡିସି ଓ ଜେଆରସି କର୍ମଚାରୀ ମାନେ ପରିଚାଳନା କରାଇଥିଲେ.
