*ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ ଶୁକ୍ଳିମୁଣ୍ଡି ବିଦ୍ୟାଳୟ ଠାରେ ଗୁରୁ ଦିବସ ପାଳନ ଅବସରରେ ଗୁରୁ ପୂଜନ ଉତ୍ସବ ଅନୁଷ୍ଠିତ*।
ନୂଆପଡା(ମିଖାଏଲ ନନ୍ଦ)
ତା-୦୫.୦୯.
ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ ଶୁକ୍ଳିମୁଣ୍ଡି ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଖେମ ଦାସଙ୍କ ତତ୍ବାବଧାନରେ ଗୁରୁଦିବସ ମହାସମାରୋହରେ ପାଳିତ ହୋଇଯାଇଛି।କାର୍ଯ୍ୟକ୍ରମ ରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ର ଙ୍କୁ ଗୁରୁପୂଜା କରିବା ସହ ପରବର୍ତ୍ତୀ କାର୍ଯ୍ୟକ୍ରମ ମହାନ ଗୁରୁ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ପାଢୀ, ଶ୍ରୀଯୁକ୍ତ ଇନ୍ଦ୍ରମଣି ପାଣିଗ୍ରାହୀ ଓ ଶ୍ରୀଯୁକ୍ତ ଶାର୍ତ୍ତୀକ ଶବର ଙ୍କୁ ଗାଁର ପୁରାତନ ଛାତ୍ର ଛାତ୍ରୀ ଗୁରୁ ବନ୍ଦନା ପୂଜନ କରିଥିଲେ।ଭାରତ ରେ ଗୁରୁ ପରମ୍ପରା ସର୍ବ ପ୍ରାଚୀନ ହୋଇଥିବା ବେଳେ ଗୁରୁ ଶିଷ୍ୟଙ୍କ ସମ୍ପର୍କ ମଧ୍ୟ ଅତି ନିବିଡ ଏବଂ ଅନନ୍ୟା ଅଟେ। ଗୁରୁ ପରମ୍ପରା ଦେଶ ରୂପେ ଭାରତ ବେଶ୍ ପରିଚିତ। ପୁରାଣ ଏବଂ ଅନେକ ଯୁଗ ଯୁଗ ରେ ଗୁରୁ ଶିଷ୍ୟ ବିଷୟ ରେ ବର୍ଣ୍ଣନା ରହିଅଛି। ଏହାପରେ ଗାଁର ତିନିଜଣ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ବଂଶିଧର ,ଦୟାନିଧି ଓ ଖଗେଶ୍ବର ଶବରଙ୍କୁ ସମ୍ବର୍ଦ୍ଧିତ ବିଦ୍ୟାଳୟ ତରଫରୁ କରାଯାଇଥିଲା। ମଞ୍ଚ ପରିଚାଳନା କରିଥିଲେ ଶ୍ରୀଯୁକ୍ତ ଜୟଦେବ ପ୍ରଧାନ ଓ ଧନ୍ୟବାଦ ଅର୍ପଣ କରିଥିଲେ ଶ୍ରମତୀ ପ୍ରମିଳା ଶବର।କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଗାଁର ପୁଷ୍କର ଶବର, ବାସୁଦେବ ଶବର ,ମଦନ ଶବର, ଗୋସ ମହମ୍ମଦ, ଓଁକାର ମାଝୀ,ସି.ଆର.ସି.ଦିଳିପ ଶବର, କ୍ଷେମା ଶବର, ଦିବାନ ଶବର, ସହଦେବ ଶବର।
