**ପାଟପାଣି ଗାଁ ଜଙ୍ଗଲ ରେ ଏକ ପଟିଆ ବାନୁଆ ହାତୀ ନୂଆପଡ଼ା ଜିଲ୍ଲା ର ବିଭିନ୍ନ ଜଙ୍ଗଲ ରେ ବୁଲୁଥିବା ବେଳେ ଡାକ ବାଜୀ ଯନ୍ତ୍ର ସାହାର୍ଯ୍ୟରେ, ସଚେତନ କରୁଛି ବନ ବିଭାଗ*
ନୂଆପଡା(ମିଖାଏଲ ନନ୍ଦ) ତା:୦୫.୦୯.
ନୂଆପଡ଼ା ଜିଲ୍ଲା କୋମନା ରେଞ୍ଜ ପାଟପାଣି ଗାଁ ଜଙ୍ଗଲରେ ଏକ ପଟିଆ ବାନୁଆ ହାତୀ ନୂଆପଡ଼ା ଜିଲ୍ଲା ର ବିଭିନ୍ନ ଜଙ୍ଗଳ ରେ ବୁଲୁଥିବା ବେଳେ ଡାକ ବାଜୀ ଯନ୍ତ୍ର ସାହାର୍ଯ୍ୟରେ,ସଚେତନ କରୁଛି ବନ ବିଭାଗ । ଏକ ଦନ୍ତା ହାତୀ ଥିବାର ସୂଚନା ପାଇ କୋମନା ବନ ବିଭାଗ ଆଖ ପାଖ ଗାଁରେ ଡାକ ବାଜି ଯନ୍ତ୍ରରେ ସଚେତନ କରୁଛି l ଗତ କାଲି ସନ୍ଧ୍ୟାରୁ ବନ ବିଭାଗର ଏଲିଫେଣ୍ଟ ସ୍କ୍ୱାଡ, ବନ ବିଭାଗର ଦୁଇଟି ଟିମ୍ ହାତୀର ଗତି ବିଧି ଲକ୍ଷ୍ୟ ରଖିଛି l ପାଟପାନୀ ଗାଁର ଜଣେ ବ୍ୟକ୍ତିଙ୍କ ଘର ଭାଙ୍ଗି ଦେଇ ଥିବା ବେଳେ କିଛି ଚାଷ ନଷ୍ଟ କରିଛି l କୋମନା ରେଞ୍ଜର ଭରତ ବନ୍ଧୁ ଶବର, ନୂଆପଡ଼ା ଜିଲ୍ଲା ୱାଇଲ୍ଡ ଲାଇଫ ୱାଡେନ୍ ମାୟାଧର ସରାଫ ପାଟପାଣି ଗାଁକୁ ଯାଇ ହାତୀର ଗତି ବିଧି ଅନୁଧ୍ୟାନ କରି ଥିଲେ l ବର୍ତ୍ତମାନ ବଣୁଆ ହାତୀ ଟି ବହଙ୍ଗର ନିକଟସ୍ଥ ଜଙ୍ଗଳ ରେ ଥିବା ବେଳେ ବର୍ତ୍ତମାନ ତାର ଚଲାପଥ ରେ ଅଗ୍ରସର ହେଉଅଛି।
