**ଖଡ଼ିଆଳ ସ୍ଵର୍ଗତ ସତ୍ୟବାନ୍ ଦଣ୍ଡସେନା ଙ୍କ ଦୁତୀୟ ପୁତ୍ର ସ୍ଵର୍ଗତ ସନ୍ତୋଷ କୁମାର ଦଣ୍ଡସେନାଙ୍କ ଗତକାଲି ପବିତ୍ର ଜନ୍ମାଷ୍ଟମୀ ତିଥି ରେ ୬୮ ବର୍ଷ ବୟସରେ ବାଙ୍ଗାଲୋର ହସ୍ପିଟାଲରେ ଦେହାନ୍ତ, ଆଜି ଖଡ଼ିଆଳ ଗୁଢେଲ ବନ୍ଧ ସ୍ଥିତ ଶ୍ମଶାନ ରେ ସେଶକୃତ୍ୟ ଅନୁଷ୍ଠିତ ହେବ*।
ନୂଆପଡା(ମିଖାଏଲ ନନ୍ଦ) ତା:୦୫.୦୯.
ଖଡ଼ିଆଳ ସ୍ଵର୍ଗତ ସତ୍ୟବାନ୍ ଦଣ୍ଡସେନା ଙ୍କ ଦୁତୀୟ ପୁତ୍ର ସ୍ଵର୍ଗତ ସନ୍ତୋଷ କୁମାର ଦଣ୍ଡସେନାଙ୍କ ଗତକାଲି ପବିତ୍ର ଜନ୍ମାଷ୍ଟମୀ ତିଥି ରେ ୬୮ ବର୍ଷ ବୟସରେ ବାଙ୍ଗାଲୋର ହସ୍ପିଟାଲରେ ଦେହାନ୍ତ, ଆଜି ଖଡ଼ିଆଳ ଗୁଡେଲବନ୍ଧ ସ୍ଥିତ ଶ୍ମଶାନ ରେ ସେଶକୃତ୍ୟ ଅନୁଷ୍ଠିତ ହେବ। ସ୍ୱର୍ଗତ ସନ୍ତୋଷ ଦଣ୍ଡସେନା ଓଡିଶା ବନ ବିଭାଗରେ ଦୀର୍ଘ ୪୦ ବର୍ଷ ଧରି ସେବା କରି ରେଞ୍ଜର ପଦବୀରେ ଅବସର ଗ୍ରହଣ କରିଥିଲେ। ସେ ଜଣେ ସମାଜସେବୀ, ମେଳାପୀ, ପରୋପକାରୀ ଓ କର୍ତ୍ତବ୍ୟନିଷ୍ଠ ବ୍ୟକ୍ତିତ୍ଵର ଅଧିକାରୀ ଥିଲେ ଓ ଅତିତରେ କ୍ଷତ୍ରିୟ ଯୁବକ ସଂଘ ର ପ୍ରଥମ ସଭାପତି ଓ ଖଡ଼ିଆଳ ପାଟଣା କ୍ଷତ୍ରିୟ ସମାଜର ଉପ କୂଳପତି ଆସନ ଅଳଙ୍କୃତ ହୋଇ ସମାଜ ସଂସ୍କାରରେ ତାଙ୍କ ମହତ୍ୱ ପୂର୍ଣ୍ଣ ଅବଦାନ ରହିଥିଲା। ତାଙ୍କ ଅମର ଆତ୍ମାର ସଦଗତି କାମନା କରି ଶୋକ ସନ୍ତପ୍ତ ପରିବାରକୁ ଧୈର୍ଯ୍ୟ , ଈଶ୍ଵର ଙ୍କ ଠାରେ ପ୍ରାର୍ଥନା। ବିଭିନ୍ନ ମହଲ ରୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି।ଗତ କାଲି ରାତ୍ର ସମୟରେ ପାର୍ଥବ ଶରୀର କୁ ବ୍ରାହ୍ମଣ ପଡା କୁ ଅଣା ଯାଇଥିଲା। ଗୁଢେଲ ବନ୍ଧ ସ୍ଥିତ ଶ୍ମଶାନ ରେ ଶେଷ କୃତ୍ୟ ହେବ।
