*ନୂଆପଡ଼ାରେ ଉଠାଜଳ ସେଚନ ବିଭାଗର ସମୀକ୍ଷା ବୈଠକ*
*୨୩୫ କ୍ଲଷ୍ଟର ବୋରୱେଲ୍ର ଚଳିତ *ମାସରେ ବିଦ୍ୟୁତୀକରଣ ଲକ୍ଷ୍ୟ, ୧୦୬ ନୂତନ ଉଠାଜଳ ସେଚନ ପ୍ରକଳ୍ପକୁ ଅନୁମୋଦନ*
*
ନୂଆପଡ଼ା(ମିଖାଏଲ ନନ୍ଦ)
ତା. ୦୫/୦୯:
ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଉଠାଜଳ ସେଚନ ବିଭାଗ (ଓଏଲଆଇସିର) ଏବଂ ବିଦ୍ୟୁତ ବିଭାଗର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛିl ବୈଠକରେ ଉଭୟ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ସମେତ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀ ଯୋଗଦେଇଥିଲେ।
ବୈଠକରେ ୨୦୨୬ ମସିହାରେ ନୂଆପଡ଼ା ଜିଲ୍ଲାରେ ଡ୍ରିଲିଂ କରାଯାଇଥିବା ୧,୦୬୪ଟି କ୍ଲଷ୍ଟର ବୋରୱେଲ୍ର ସ୍ଥିତି ସମୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ୨୩୫ଟି ବୋରୱେଲ୍ର ବିଦ୍ୟୁତୀକରଣ (Energisation) କାର୍ଯ୍ୟ ଚଳିତ ମାସରେ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି କାର୍ଯ୍ୟରେ ଟାଟା ପାୱାର ପକ୍ଷରୁ ଆବଶ୍ୟକ ସହଯୋଗ ଯୋଗାଇ ଦିଆଯାଉଛି।
ଏହାସହ ନୂଆପଡ଼ା ଜିଲ୍ଲା ପାଇଁ ଆଉ ୧୦୬ଟି ନୂତନ ରିଭର ଲିଫ୍ଟ ଇରିଗେସନ୍ (ଗୋଷ୍ଠୀ ଉଠାଜଳ ସେଚନ) ପ୍ରକଳ୍ପକୁ ରାଜ୍ୟସ୍ତରୀୟ ସ୍କ୍ରିନିଂ କମିଟି (SLSC) ଅନୁମୋଦନ ଦେଇଥିବା ସୂଚନା ଦିଆଯାଇଥିଲା। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ଜିଲ୍ଲାର କୃଷକମାନଙ୍କୁ ଜଳସେଚନ ସୁବିଧା ଯୋଗାଇବା ସହ କୃଷି ଉତ୍ପାଦନ ବୃଦ୍ଧିରେ ସହାୟକ ହେବ। ବୈଠକ ଶେଷରେ OLIC ପକ୍ଷରୁ ବିଭାଗର ବିଭିନ୍ନ ସଫଳତା ଓ କାର୍ଯ୍ୟକାରିତା ସମ୍ପର୍କିତ ଏକ ‘ସକ୍ସେସ୍ ଷ୍ଟୋରୀ’ ପ୍ରଦର୍ଶିତ ହୋଇଥିଲା। ଜିଲ୍ଲାପାଳ ମଧୁସୂଦନ ଦାଶ ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ଆହୁରି ଉତ୍ସାହ, ଦାୟିତ୍ୱବୋଧ ଓ ପରସ୍ପର ସମନ୍ୱୟର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ।
ବୈଠକରେ ଓଏଲଆଇସିର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରସନ୍ନ କୁମାର ସେଠୀଙ୍କ ସମେତ ଅନ୍ୟାନ ଅଧିକାରୀମାନେ ଉପସ୍ଥିତ ଥିଲେ।
