କୋଇଡ଼ାରେ ବ୍ଲକସ୍ତରୀୟ ଗୁରୁଦିବସ ପାଳିତ
୩୦ ଜଣ ବରିଷ୍ଠ ଶିକ୍ଷକଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ,
ଛାତ୍ରଛାତ୍ରୀଙ୍କ ଉତ୍ସାହଜନକ ଯୋଗଦାନ
କୋଇଡ଼ା:
ଗୁରୁ-ଶିଷ୍ୟ ପରମ୍ପରାର ମହାନତା ଓ ଶିକ୍ଷକଙ୍କ ପ୍ରତି ସମ୍ମାନକୁ ଉଜ୍ଜୀବିତ କରିବା ଉଦ୍ଦେଶ୍ୟରେ କୋଇଡ଼ା ପ୍ରେସ୍ କ୍ଲବ୍ ଆନୁକୂଲ୍ୟରେ ବ୍ଲକସ୍ତରୀୟ ଗୁରୁଦିବସ ସମାରୋହ ଉତ୍ସାହ ଓ ଆନନ୍ଦର ସହ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କୋଇଡ଼ା ବ୍ଲକ ଅଧୀନସ୍ଥ ବିଭିନ୍ନ ସରକାରୀ ଓ ବେସରକାରୀ ବିଦ୍ୟାଳୟ, ମହାବିଦ୍ୟାଳୟ, ଆଇଟିଆଇ ସମେତ ବିଭିନ୍ନ ଶିକ୍ଷାନୁଷ୍ଠାନର ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ। ଗୁରୁଦିବସ ଅବସରରେ ଶିକ୍ଷକଙ୍କ ତ୍ୟାଗ, ନିଷ୍ଠା ଓ ସମାଜ ଗଠନରେ ସେମାନଙ୍କ ଅବଦାନ ଉପରେ ଆଲୋଚନା କରାଯାଇଥିଲା।ଏହି ସମାରୋହ ରେ ଶିକ୍ଷା କ୍ଷେତ୍ରରେ ଦୀର୍ଘବର୍ଷ ଧରି ନିଷ୍ଠାର ସହ ସେବା ପ୍ରଦାନ କରିଆସୁଥିବା ୩୦ ଜଣ ବରିଷ୍ଠ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରି ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା। ଏଥିସହ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅନ୍ୟ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ମଧ୍ୟ ଉତ୍ତରୀୟ ସହ ଉପହାର ପ୍ରଦାନ କରି ସମ୍ମାନ ଜଣାଯାଇଥିଲା। ଗୁରୁଦିବସ ଅବସରରେ ଆୟୋଜିତ ଏହି ସମାରୋହରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଉପସ୍ଥିତ ରହି ନିଜ ଗୁରୁଜନଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ କରିଥିଲେ। ଶିକ୍ଷକମାନେ ମଧ୍ୟ ଏଭଳି ଏକ ବ୍ଲକସ୍ତରୀୟ ଅଭିନବ ପଦକ୍ଷେପ ପାଇଁ କୋଇଡ଼ା ପ୍ରେସ୍ କ୍ଲବ୍କୁ ପ୍ରଶଂସା କରିଥିଲେ। ମୁଖ୍ୟ ଅତିଥି କୋଇଡା ଗୋଷ୍ଟି ଉନ୍ନୟନ ଅଧିକାରୀ ରଶ୍ମିରେଖା ପାତ୍ର, ସନ୍ନମାନିତ ଅତିଥି ବ୍ଲକ ଶିକ୍ଷା ଅଧିକାରୀ ଭାରତ ରଞ୍ଜନ ମହାନ୍ତି,ସରକାରୀ ଆଇ ଟି ଆଇ କୂଳ ପତି ପଦ୍ମିନୀ ବଳିଆର ସିଂ, ମୁଖ୍ୟ ବକ୍ତା କୋଇଡା କଲେଜ ଅଧ୍ୟାପୋକ ପ୍ରଦୀପ ପଟନାୟକ ଯୋଗଦେଇ ସର୍ବପଲ୍ଲୀ ରାଧାକ୍ରିସନ୍ନ ଙ୍କ ଫୋଟୋରେ ମାଲ୍ୟାଅର୍ପଣ କରିବା ସହ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ବ କରିଥିଲେ l ଅତିଥି ମାନେ ନିଜ ନିଜ ଅଭିଭାଷଣ ମାଧ୍ୟମରେ କହିଥିଲେ ଯେ
ଶିକ୍ଷା କେବଳ ପାଠପଢ଼ା ମଧ୍ୟରେ ସୀମିତ ନୁହେଁ, ବରଂ ଜଣେ ଛାତ୍ରଛାତ୍ରୀଙ୍କୁ ଉତ୍ତମ ମଣିଷ ଭାବେ ଗଢ଼ି ତୋଳିବାରେ ଶିକ୍ଷକଙ୍କ ଭୂମିକା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ। ଏଭଳି ଏକ ଭାବନାକୁ ନେଇ ଆୟୋଜିତ ଗୁରୁଦିବସ ସମାରୋହ କୋଇଡ଼ା ଅଞ୍ଚଳରେ ଗୁରୁ-ଶିଷ୍ୟ ସମ୍ପର୍କକୁ ଆହୁରି ମଜବୁତ କରିବା ସହ ଶିକ୍ଷା ପ୍ରତି ସମାଜର ସଚେତନତା ବୃଦ୍ଧି କରିବ ବୋଲି ମତ ପ୍ରକାଶ ପାଇଥିଲା। ଏହି ସଭାକାର୍ଯ୍ୟକୁ ପ୍ରେସ କ୍ଳବର ସଭାପତି ସଂଗ୍ରାମ କେଶରୀ ନାୟକ ପରିଚାଳନା କରିଥିଲେ l ସମ୍ପାଦକ ବିଜୟାନନ୍ଦ ଜେନା, ବରିଷ୍ଠ ସଦସ୍ୟ ସମ୍ବିତ ଜେନା, ବିଜୟ କୁମାର ଦାସ, ସୁରେଶ ଦାସ, ସଞ୍ଜୟ ବେହେରା, ଗଣେଶ ଘଣା, ରଶ୍ମି ରାଣା, ସରସ୍ବତୀ ଟିଉ, ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ତୁଲାଇ ଥିଲେ l ସମାରୋହ ଶେଷରେ ଶିକ୍ଷକ, ଶିକ୍ଷାର୍ଥୀ ଓ ଆୟୋଜକମାନଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦର ପରିବେଶ ସୃଷ୍ଟି ହୋଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମରେ ସମଗ୍ର ପରିବେଶ ଆନନ୍ଦମୁଖର ହୋଇ ଉଠିଥିଲା l
ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ରୁ ସଞ୍ଜୟ ବେହେରା ଙ୍କ ରିପୋର୍ଟ ଭଞ୍ଜ ଦୂତ ଖବର
