ଶିକ୍ଷା ନିକେତନ ବିଦ୍ୟାଳୟରେ ଗୁରୁ ଦିବସ ଓ ନନ୍ଦ ଉତ୍ସବ ପାଳିତ।
ବାଲିଗୁଡ଼ା, ୫ ସେପ୍ଟେମ୍ବର ୨୦୨୬:
ବାଲିଗୁଡ଼ାସ୍ଥିତ ସିଖ୍ୟାନିକେତନ ବିଦ୍ୟାଳୟ ପରିସରରେ ଗୁରୁ ଦିବସ ଓ ନନ୍ଦ ଉତ୍ସବ ବେଶ୍ ଆଡ଼ମ୍ବର ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଶିକ୍ଷାନିକେତନ ବାଲିଗୁଡ଼ାର ଏକ ଶିକ୍ଷାନୁଷ୍ଠାନ ଭାବେ ଉଲ୍ଲେଖ ହୋଇଛି।
ଏହି ଅବସରରେ ଛାତ୍ରଛାତ୍ରୀମାନେ ଶ୍ରୀକୃଷ୍ଣ, ରାଧା ଓ ବିଭିନ୍ନ ପୌରାଣିକ ଚରିତ୍ର ବେଶରେ ସଜି ସାଂସ୍କୃତିକ କାର୍ଯ୍ୟକ୍ରମ ଓ ନୃତ୍ୟ ପରିବେଷଣ କରିଥିଲେ। ନନ୍ଦ ଉତ୍ସବର ଅବସରରେ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳାକୁ ନେଇ ଆୟୋଜିତ କାର୍ଯ୍ୟକ୍ରମ ଉପସ୍ଥିତ ଅଭିଭାବକ ଓ ଅତିଥିମାନଙ୍କ ମନ ମୋହିଥିଲା।ଗୁରୁ ଦିବସ ଅବସରରେ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଅବଦାନ ଓ ଛାତ୍ରଛାତ୍ରୀଙ୍କ ଜୀବନ ଗଠନରେ ଗୁରୁଙ୍କ ଭୂମିକା ସମ୍ପର୍କରେ ଆଲୋଚନା ହୋଇଥିଲା। ଛାତ୍ରଛାତ୍ରୀଙ୍କ ରଙ୍ଗାରଙ୍ଗ ପ୍ରଦର୍ଶନରେ ସମଗ୍ର ପରିବେଶ ଉତ୍ସବମୁଖର ହୋଇଉଠିଥିଲା।ଶେଷରେ ଉପସ୍ଥିତ ଅତିଥି, ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମାପ୍ତ ହୋଇଥିଲା।
