*ଯୋରନ୍ଦା ପାଟଣାରେ ଧୂମୁଧାମରେ ନନ୍ଦଉତ୍ସବ ପାଳିତ ହୋଇଛି l* ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ) ଗଁନ୍ଦିଆ ବ୍ଲକ ଯୋରନ୍ଦା ଓ ଯୋରନ୍ଦା ପାଟଣା ରେ ବହୁ ଆଡମ୍ବର ସହିତ ନନ୍ଦଉତ୍ସବ ପାଳିତ ହୋଇଛି l ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ତିଥିକୁ ସ୍ମରଣ କରି ଆୟୋଜିତ ଏହି ନନ୍ଦଉତ୍ସବକୁ ନେଇ ଅଞ୍ଚଳରେ ଆନନ୍ଦ ଉତ୍ସାହ ରେ ଖେଳିଯାଇଥିଲା l ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ଓ ଧାର୍ମିକ ପରମ୍ପରାକୁ ମନେ ପକାଇ ବିଭିନ୍ନ ସାଜସଜାର ଆୟୋଜନ କରାଯାଇଥିଲା, ଶ୍ରଦ୍ଧାଳୁ ଗ୍ରାମ ବାସୀଙ୍କଦ୍ୱାରା ନନ୍ଦ ଉତ୍ସବ ରେ ଭଜନ, କ୍ରିର୍ତ୍ତନ, ନାମ ସଂକୀର୍ତ୍ତନ, ଗୌଡ଼ବାଡି ଓ ଛୋଟ ଛୋଟ ପିଲାମାନଙ୍କୁ ନେଇ ଓଡ଼ଶୀ ନୃତ୍ୟ ଦ୍ୱାରା ପରିବେଶ ଏକ ହୃଦୟସ୍ପଶୀ ଶୋଭାଯାତ୍ରା ବାହାରିଥିଲା, ଏହା ପାଟଣା ସାହିରୁ ବାହାରି ଯୋରନ୍ଦା, ଯୋରନ୍ଦା ନୁଆସାହି ଓ ତାରିଣୀ ବଜ଼ାର ଦେଇ ସାହିର ଭାଗବତ ଘରେ ପହଞ୍ଚି ସେଠାରେ ଦଧିହାଣ୍ଡି ଭାଙ୍ଗି ଶୋଭାଯାତ୍ରା ସମାପନ କରାଯାଇଥିଲା l ପରିଶେଷରେ ସମସ୍ତ ଅତିଥି ଓ ଗ୍ରାମବାସୀ ଏକ ସାଙ୍ଗରେ ପ୍ରସାଦ ସେବନ କରିଥିଲେ l ଏହି କାର୍ଯ୍ୟକ୍ରମ ଟିର ପରିଚାଳନା କରିଥିଲେ ସୁଧାକର ସାହୁ, ଲଳିତ ମୋହନ ସାହୁ,ଜିତେନ୍ଦ୍ର ସାହୁ, ଚିତ୍ତ, ମାୟାଧର , ବ୍ରହ୍ମା, ଟୁକୁ, ଭାଗୀ,ଓ ଏହାର ଆୟୋଜନ ପାଟଣା ସାହିର ଗ୍ରାମବାସୀମାନେ ସର୍କୀୟ ଭାବେ ସହଯୋଗ କରିଥିଲେ l ଜନ୍ମାଷ୍ଟମୀ ଭଳି ପାରମ୍ପରିକ ଧାର୍ମିକ ଉତ୍ସବ ମାଧ୍ୟମରେ ଗ୍ରାମବାସୀଙ୍କ ମଧ୍ୟରେ ଭାଇଚାରା, ଏକତା ଓ ସମାଜିକ ସଦଭାବ ବହୁତ ମଜଭୁତ ହୁଏ l
