*ମାହାଙ୍ଗା ରେ ଗୁରୁପୁଜନ ଉତ୍ସବ ଓ ପୂର୍ବତନ ବାଚସ୍ପତି ଶରତ କର ଙ୍କ ଜୟନ୍ତୀ ପାଳିତ*
୫/୯/୨୦୨୬:- ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ ଙ୍କ ଜୟନ୍ତୀ ତଥା ଗୁରୁଦିବସ ପାଳନ ଅବସରରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଏକ ଗୁରୁ ପୂଜନ କାର୍ଯ୍ୟକ୍ରମ ଓ ପୂର୍ବତନ ସାଂସଦ, ମନ୍ତ୍ରୀ,ବାଚସ୍ପତି ତଥା ବିଶିଷ୍ଟ ବାଗ୍ମୀ ଶରତ କର ଙ୍କ ଜୟନ୍ତୀ ମହା ସମାରୋହ ରେ ପାଳିତ ହୋଇଯାଇଛି l ଗୋକନ ଭଞ୍ଜ ମଣ୍ଡପ ସନ୍ନିକଟ କଲ୍ୟାଣ ମଣ୍ଡପ ଠାରେ କବି ଗୌତ୍ତମ ଜେନା ଙ୍କ ସଭାପତିତ୍ବ ରେ ଆୟୋଜିତ ଏହି ଉତ୍ସବରେ ପ୍ରଥମେ ସୁନାମଧନ୍ୟ କଣ୍ଠଶିଳ୍ପୀ ମାନଙ୍କ ଦ୍ୱାରା ଗୁରୁବନ୍ଦନା ଗାନ ଓ ଗୁରୁ ପୂଜନ ସମିତି ର ମହିଳା କର୍ମକର୍ତ୍ତା ମାନଙ୍କ ଦ୍ଵାରା ଉପସ୍ଥିତ ସମସ୍ତ ଗୁରୁ ମାନଙ୍କୁ ଫୁଲ ଚନ୍ଦନ ଦେଇ ବନ୍ଦାପନା ପୂର୍ବକ ସ୍ବାଗତ କରା ଯାଇଥିଲା l ମୁଖ୍ୟ ଅତିଥି ଭାବେ ଓଡିଶା ର ସୁନାମ ଧନ୍ୟ ଶିଶୁ ସାହିତ୍ୟିକ,ଅବସରପ୍ରାପ୍ତ ଶିକ୍ଷା ପ୍ରଶାସକ ତଥା ଶିକ୍ଷାବିତ୍ ଦାଶ ବେନହୁର ଯୋଗ ଦେଇ ଗୁରୁ ଛାତ୍ର ସମ୍ପର୍କ ବିଷୟରେ ଅନେକ ମୂଲ୍ୟବାନ କଥା କହିଥିଲେ l ସେ ପୁରାଣ ପୃଷ୍ଠାରୁ ରାଜା ବଳି ଓ ଦୈତ୍ୟ ଗୁରୁ ଶୁକ୍ରାଚାର୍ଯ୍ୟ ଙ୍କ ଉଦାହରଣ ଦେଇ ଗୁରୁ କେବଳ ଶିକ୍ଷାଦାତା, ମାର୍ଗ ଦର୍ଶକ ନୁହଁନ୍ତି ସେ ମଧ୍ୟ ଛାତ୍ର ବା ଶିଷ୍ୟ ର ରକ୍ଷାକର୍ତ୍ତା ବୋଲି ଉଲ୍ଲେଖ କରିଥିଲେ l ସେହିପରି ମାହାଙ୍ଗା ଅଧିନ ମୂଳବସନ୍ତ ଗ୍ରାମର ଗୁରୁମାନେ ଏକଦା ଓଡ଼ିଶା ର ବିଭିନ୍ନ ଅଞ୍ଚଳ କୁ ଯାଇ ଶିକ୍ଷା ଦାନ କରିବା ସହ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି କୁ ରୁଦ୍ଧିମନ୍ତ କରିଥିବା ର ଐତିହାସିକ ପ୍ରମାଣ ମାନ ରହିଛି ବୋଲି ସେ ପ୍ରକାଶ କରିଥିଲେ l ସ୍ୱର୍ଗତ ଶରତ କର ଙ୍କ ପ୍ରତି ନିଜର ଶ୍ରଦ୍ଧା ସୁମନ ଅର୍ପଣ କରିବା ଅବସର ରେ ସେ ଏକାଧାରl ରେ ଜଣେ ବିଦ୍ୱାନ ପଣ୍ଡିତ ପ୍ରବଚକ,କବି,ସଫଳ ରାଜନେତା ଥିଲେ ବୋଲି ବର୍ଣ୍ଣନା କରିଥିଲେ l ମୁଖ୍ୟ ବକ୍ତା ଭାବେ ଗୁରୁପୂଜନ ସମିତି ର ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ସାରସ୍ୱତ ମାଟି, ମାହାଙ୍ଗା ମାଟି ର ପରିଚୟ ଉପସ୍ଥିତ ସମସ୍ତ ଗୁରୁ ମାନଙ୍କୁ ଉତ୍ତରୀୟ ପିନ୍ଧାଇ ସମ୍ବର୍ଦ୍ଧିତ କରିଥିଲେ l ସମ୍ମାନିତ ଅତିଥି ଭାବରେ ବରିଷ୍ଠ ଶିକ୍ଷାବିତ୍ ଡକ୍ଟର ଭୁବନାନନ୍ଦ ସାହୁ ନିଶ୍ଚିନ୍ତକୋଇଲି ବ୍ଲକ୍ ଅଧ୍ୟକ୍ଷl ରୋଜି ସେଠୀ, ମାହାଙ୍ଗା ବ୍ଲକ୍ ଅଧ୍ୟକ୍ଷl ଦୀପା ମଲିକ୍, ଉପାଧ୍ୟକ୍ଷ ସତ୍ୟନାରାୟଣ ମହାନ୍ତି ପ୍ରମୁଖ ଯୋଗଦାନ କରି ଗୁରୁପୂଜନ ଭଳି ଅନନ୍ୟ ପରମ୍ପରା ର ଭୂୟସୀ ପ୍ରଂଶସା କରିଥିଲେ l ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ରାଜକିଶୋର ଜେନା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ଗୁରୁ ପୂଜନ କମିଟି ମାହାଙ୍ଗ-ନିଶ୍ଚିନ୍ତକୋଇଲି ର ସମ୍ପାଦକ ହୃଷିକେଶ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ l
