ପାଣିକୋଇଲି ଶିଶୁ ବିଦ୍ୟାମନ୍ଦିରରେ ପ୍ରବିତ୍ର ଗୁରୁ ଦିବସ ପାଳିତ
ରିପୋର୍ଟ -ନିରୋଜ କୁମାର ସେଠୀ
ପାଣିକୋଇଲି: ପାଣିକୋଇଲିସ୍ଥିତ ଶିଶୁ ବିଦ୍ୟାମନ୍ଦିର ପରିସରରେ ପବିତ୍ର ଗୁରୁ ଦିବସ ଉପଲକ୍ଷେ ଏକ ଭାବପୂର୍ଣ୍ଣ ଓ ଉତ୍ସବମୁଖର କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ଗୁରୁ-ଶିଷ୍ୟ ପରମ୍ପରାର ମହତ୍ତ୍ୱକୁ ସ୍ମରଣ କରିବା ସହିତ ଗୁରୁଜନଙ୍କ ପ୍ରତି ସମ୍ମାନ ଓ କୃତଜ୍ଞତା ଜଣାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
କାର୍ଯ୍ୟକ୍ରମରେ ଶିଶୁ ବିଦ୍ୟାମନ୍ଦିରର କାର୍ଯ୍ୟକର୍ତ୍ତା ସଭାପତି ଶ୍ରୀଯୁକ୍ତ ଭାରତ ଚନ୍ଦ୍ର ବାରିକ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଉପସଭାପତି ଶ୍ରୀଯୁକ୍ତ ରାଜକିଶୋର ମଲ୍ଲିକ, ସମ୍ପାଦକ ଶ୍ରୀଯୁକ୍ତ ପଦ୍ମଲୋଚନ ମଲ୍ଲିକ, ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ବଳରାମ ସାମଲ, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ମଦନ ମୋହନ ପରିଡ଼ା, ସଦସ୍ୟା ଶ୍ରୀମତୀ ସ୍ନେହଲତା ଷଡ଼ଙ୍ଗୀ ଓ ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ସ୍ୱାଇଁ,ପ୍ରମୁଖ ଉପସ୍ଥିତ ରହିଥିଲେ।
ଏହି ଅବସରରେ ଛାତ୍ରଛାତ୍ରୀମାନେ ଗୁରୁଜୀ ଓ ଗୁରୁମାମାନଙ୍କୁ ସମ୍ମାନ ଜଣାଇବା ସହ ବିଭିନ୍ନ ଭାଷଣ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭାବପୂର୍ଣ୍ଣ ପରିବେଷଣ କରିଥିଲେ। ଏଥିସହ ଗୁରୁଙ୍କ ମହତ୍ତ୍ୱ ଓ ଛାତ୍ରଛାତ୍ରୀଙ୍କ ଚରିତ୍ର ଗଠନରେ ଶିକ୍ଷକଙ୍କ ଭୂମିକା ସମ୍ପର୍କରେ ଅତିଥିମାନେ ଆଲୋକପାତ କରିଥିଲେ।
ମୁଖ୍ୟ ଅତିଥି ଶ୍ରୀ ଭାରତ ଚନ୍ଦ୍ର ବାରିକ୍ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଗୁରୁଙ୍କ ମାର୍ଗଦର୍ଶନ ଓ ଆଶୀର୍ବାଦ ଛାତ୍ରଛାତ୍ରୀଙ୍କ ଜୀବନକୁ ସଠିକ୍ ଦିଗଦର୍ଶନ ଦେବା ସହ ଉତ୍ତମ ମଣିଷ ଭାବେ ଗଢ଼ି ତୋଳିଥାଏ
ଶେଷରେ ଗୁରୁଜନଙ୍କ ପ୍ରତି ଗଭୀର ସମ୍ମାନ ଓ କୃତଜ୍ଞତା ଜଣାଇ କାର୍ଯ୍ୟକ୍ରମଟି ସୁନ୍ଦର ଭାବେ ସମାପ୍ତ ହୋଇଥିଲା।
