ଖଡ଼ଗନଦୀରେ ନିଖୋଜ ମହିଳାଙ୍କ ଗଳିତ ମୃତଦେହ ଉଦ୍ଧାର l
ସ୍ଥାନ – କନ୍ଧମାଳ ବାଲିଗୁଡ଼ା
ତାରିଖ – (ନି. ପ୍ର )୦୫/୦୯/୨୬
ଆଙ୍କର – ବହୁ ଚର୍ଚ୍ଚିତ କନ୍ଧମାଳର ଖଡ଼ଗନଦୀ ପ୍ରୋଖର ସ୍ରୋତରେ ଦେଶି ଡଙ୍ଗା ବୁଡ଼ି ନିଖୋଜର ଦଶ ଦିନ ପରେ ଗୋଟିଏ ଗଳିତ ମୃତ ଦେହ ସନ୍ଧାନ ମିଳିଛି। ପରିବାର ପକ୍ଷରୁ ଖୋଜା ଖୋଜି ବଳବତ୍ତର ଥିବା ବେଳେ ଗତ କାଲି ଅପରାହ୍ନ ସମୟରେ ମହିଳା ରାଇଙ୍ଗି ମଲିକଙ୍କ ଗଳିତ ମୃତଦେହ ପରିବାର ଚିହ୍ନଟ କରି ବାଲିଗୁଡ଼ା ଥାନ ବାରଖମା ଫାଣ୍ଡିକୁ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ ଗତ ୨୫ ତାରିଖ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ଅନ୍ତର୍ଗତ ସଲାଗୁଡ଼ା ପଞ୍ଚାୟତ ଡାକା ଗାଁରେ ସୁଡ୍ରା ପଞ୍ଚାୟତର ପଲାମୀ ଗାଁର କିଛି ଲୋକ ନଦୀ ଆରପାରିରେ ଫିରିଙ୍ଗିଆ ବ୍ଲକ ସୁମାରବନ୍ଧ ପଞ୍ଚାୟତର ଏଜକ ଗାଁ ନିଜ ସମ୍ପର୍କିୟଙ୍କ ଘରକୁ ଯାଇ ଫେରିବା ସମୟରେ ଅଘଟଣ ଘଟିଥିବା ଜଣାପଡ଼ିଛି । ଯାହା ଖଡ଼ଗନଦୀରେ ଦେଶି ଡଙ୍ଗା ବୁଡ଼ି ଯିବା ଫଳରେ ଛଅ ଜଣ ଉଦ୍ଧାର ହେବା ସହିତ ଶଶୁର ଓ ବୋହୂ ନିଖୋଜ ଥିଲେ। ଘଟଣା ଖବର ପାଇ ନିଖୋଜ ବହୂ ରାଇଙ୍ଗୀ ମଲିକ ଗଳିତ ମୃତଦେହ ବାଲିଗୁଡ଼ା ଥାନା ପୋଲିସ ଜବତ କରି ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ଥାନା ଅଧିକାରୀ ସମୀର କୁମାର ବେହେରା ପ୍ରକାଶ କରିଛନ୍ତି
