ଛଅ ଗୋ ମାଫିଆ ଗିରଫ
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)::: ସୋର ପୋଲିସ କୁ ବଡ଼ ସଫଳତା, ଛଅ ଜଣ ଗୋ ମାଫିଆ ଗିରଫ , ବୋଲେରୋ ଜବତ କରିବା ରେ ସଫଳ ହୋଇଛି ସୋର ପୋଲିସ l ବାଲେଶ୍ୱର ଜିଲ୍ଲା ସୋର ଥାନା ତଳନଗର ନିକଟରେ ଏକ ହୋଟେଲ ରେ ଖାଉଥିବା ବେଳେ ଚଢ଼ାଉ କରି ଛଅ ଜଣ ଗୋ ମାଫିଆ ଙ୍କୁ ଗିରଫ କରିଛି ସୋର ପୋଲିସ l କୁଖ୍ୟାତ ଗୋ ମାଫିଆ ପ୍ରକାଶ ବିଶ୍ୱାଳ (ନଣ୍ଡା) ସହିତ ତାର ସହଯୋଗୀ କୁ ମଧ୍ୟ ଗିରଫ କରିଛି ପୋଲିସ l ନଣ୍ଡା ନାମରେ ବାଲେଶ୍ୱର, ଭଦ୍ରକ ଜିଲ୍ଲା ର ବିଭିନ୍ନ ଥାନା ରେ ମାମଲା ରହିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଆଟପୁର ରୁ ଷଣ୍ଢ ଗାଈ ଉଠାଉ ଥିବାବେଳେ ଗ୍ରାମ ବସି ଅଟକାଇବା ରୁ ବନ୍ଧୁକ ଦେଖାଇ ଚମ୍ପଟ ମାରିଥିଲେ l ଏନେଇ ଗ୍ରାମବାସି ସୋର ଥାନା ରେ ଲିଖିତ ଅଭିଯୋଗ କରିଥିଲେ l ଗିରଫ ସମୟ ରେ ବ୍ୟବହୃତ ବୋଲେରୁ କୁ ମଧ୍ୟ ଜବଦ କରିଛି ପୋଲିସ l
