*ଗୁରୁ ଦିବସ ରେ ଅବସର ପ୍ରାପ୍ତ ଶିକ୍ଷକ ନିଳମଣୀ ପାତ୍ର ଙ୍କୁ ସମ୍ବର୍ଦ୍ଧିତ କଲେ ଶ୍ରୀ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ l* ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ )
ଗଁଦିଆ ତା ୫.୯.୨୦୨୬ ଗଁଦିଆ ବ୍ଳକ ର ଶ୍ରୀ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ ନୂଆଗଡ ରେ ପବିତ୍ର ଗୁରୁ ଦିବସ ସେପ୍ଟେମ୍ବର ମାସ ପାଞ୍ଚ ତାରିଖ ଦିନ ବିଦ୍ୟାଳୟ ସ୍ମାର୍ଟ ଶ୍ରେଣୀ କକ୍ଷ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ କନ୍ୟାକୁମାରୀ କୁମାରୀ ଭୂତିଆ ଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀମାନଙ୍କ ଦ୍ବାରା ଏକ ଭବ୍ୟ ପରିବେଶ ରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ନିଳମଣୀ ପାତ୍ର, ମୁଖ୍ୟ ବକ୍ତା ଭାବେ ଉକ୍ତ ବିଦ୍ୟାଳୟ ର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ସାମନ୍ତ , ଅନ୍ୟ ତମ ଅତିଥି ଭାବେ ସମାଜସେବୀ, ଲଳିତ ମୋହନ ସାମନ୍ତ , ଅଶୋକ କୁମାର ମହାପାତ୍ର, ପ୍ରଫୁଲ୍ଲ କୁମାର ବାରିକ ମଞ୍ଚାସୀନ ଥିଲେ। ମୁଖ୍ୟ ଅତିଥି ମୁଖ୍ୟ ବକ୍ତା ଗୁରୁ ଦିବସ ପାଳନ ର ତାପ୍ତର୍ଯ୍ଯ ବିଷୟରେ ଉଦ୍ ବୋଧନ ଦେଇଥିଲେ। ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ତଥା ପରିବେଶ କ୍ଲବ ର ମାର୍ଗ ଦର୍ଶକ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ପ୍ରଦାନ କରିଥବା ବେଳେ ବରିଷ୍ଠ ଶିକ୍ଷୟିତ୍ରୀ ରଶ୍ମିବାଳା ସାମଲ ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷକ ଅରୁଣ ଧାରୁଆ , ଅମୂଲ୍ୟ ବେହେରା ଶିକ୍ଷୟିତ୍ରୀ ଦିପିକା ପଢିଆରୀ, ତପସ୍ଵିନୀ ସାହୁ, ପ୍ରଜ୍ଞାସିନୀ ଶତପଥୀ କର୍ମଚାରୀ ଗୋବର୍ଦ୍ଧନ ବେହେରା ଙ୍କ ସହିତ ନବମ ଓ ଦଶମ ଶ୍ରେଣୀ ର ଛାତ୍ର ଛାତ୍ରୀମାନେ ସକ୍ରୀୟ ସହଯୋଗ କରିଥିଲେ।ଅବସର ପ୍ରାପ୍ତ ଶିକ୍ଷକ ନିଳମଣୀ ପାତ୍ର ଙ୍କ ସହିତ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ସାମନ୍ତ ଙ୍କୁ ପୁଷ୍ପ ଗୁଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ମଞ୍ଚାସୀନ ଅତିଥି ଙ୍କ ସହିତ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଗୁରୁ ପୂଜନ କରାଯାଇଥିଲା।
