ଚିତଲପୁର ଡି,ଏ,ଭି ଗୁରୁ କୁଳର ଚତୁର୍ଥ ବାର୍ଷିକ ନନ୍ଦୋତ୍ସବ l ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ )
ଗଁଦିଆ ତା ୪.୯.୨୦୨୬ ଗଁଦିଆ ବ୍ଳକ ର ମନ୍ଦାର ଗ୍ରାମ ପଞ୍ଚାୟତ ର ଚିତଲପୁର ଗ୍ରାମ ରେ ଗଢିଉଠିଥିବା ଡି,ଏ,ଭି, ଗୁରୁ କୁଳର ଚତୁର୍ଥ ବାର୍ଷିକ ନନ୍ଦୋତ୍ସବ ପବିତ୍ର ଜନ୍ମାଷ୍ଟମୀ ତିଥିରେ ସେପ୍ଟେମ୍ବର ମାସ ଚାରି ତାରିଖ ଶୁକ୍ରବାର ଦିନ ସକାଳ ସମୟରେ ଡି,ଏ,ଭି, ଗୁରୁକୁଳ ଚିତଲପୁର ପରିସରରେ ମହାସମାରୋହରେ ଅନୁଷ୍ଠାନ ର ସଭାପତି ସୈ।ମ୍ଯ ପ୍ରକାଶ ନନ୍ଦ ଓ ଅଧ୍ୟକ୍ଷା ସୁପ୍ରିୟା ରଥ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଉତ୍ସବ ରେ ବିଶିଷ୍ଟ ଅତିଥି ଭାବେ ରାଜ୍ୟ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସେବା ନିବୃତ ପ୍ରଧାନ ଶିକ୍ଷକ ତଥା ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସଭାପତି ହରିହର ସାହୁ, ବିଶିଷ୍ଟ ଶିକ୍ଷାବିତ୍ ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଗଁଦିଆ ବ୍ଳକ ବରିଷ୍ଠ ନାଗରିକ ମଞ୍ଚ ର ସଭାପତି ବିଜୟ କୁମାର ସାମନ୍ତ, ପ୍ରାକ୍ତନ ସରପଞ୍ଚ ମନ୍ଦାର ଗ୍ରାମ ପଞ୍ଚାୟତ ଦିଲ୍ଲୀପ କୁମାର ସାହୁ, ବିଶିଷ୍ଟ ସମାଜସେବୀ ଆର୍ତ୍ତବନ୍ଧୁ ବେହେରା ଉପସ୍ଥିତ ହୋଇ ଓଡ଼ିଆ ସଂସ୍କୃତି ଓଡ଼ିଆ ଐତିହ୍ୟ ଓ ଓଡ଼ିଆ ପରମ୍ପରା ସହିତ ଓଡ଼ିଆ ଅସ୍ମିତା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଆକୃଷ୍ଟ କରିପାରିବ ବୋଲି ମତବ୍ୟକ୍ତ କରିଥିଲେ। ପ୍ରଭୁ ଶ୍ରୀ କୃଷ୍ଣ ଙ୍କୁ ପୂଜାର୍ଚ୍ଚନା କରାଯିବା ପରେ କାର୍ଯ୍ୟାନୁଷ୍ଠାନ ଅନୁଷ୍ଠିତ ହୋଇଥିଲା। ଶତାଧିକ ଛାତ୍ରଛାତ୍ରୀ ରାଧାକୃଷ୍ଣ ବେଶ ରେ ସୁସଜ୍ଜିତ ହୋଇ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ। ବିଭିନ୍ନ ବିଭାଗ ର ଛାତ୍ର ଛାତ୍ରୀମାନଙ୍କୁ ପ୍ରଥମ ଦ୍ଵିତୀୟ ତୃତୀୟ ସହିତ ସ୍ବତନ୍ତ୍ର ଭାବରେ ବଛା ଯାଇଥିଲା ଓ ସମସ୍ତ କୃତି ପ୍ରତିଯୋଗୀଙ୍କୁ ମାନପତ୍ର ସହିତ ଟ୍ରଫି 🏆 ପୁରସ୍କାର ଦେଇ ବାର୍ଷିକ ଉତ୍ସବ ରେ ସମ୍ବର୍ଦ୍ଧିତ କରାଯିବ ବୋଲି ଅଧ୍ୟକ୍ଷା ଶ୍ରୀମତୀ ରଥ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମ ରେ ଶିକ୍ଷୟିତ୍ରୀ ମିନତି ସାହୁ, ପୂର୍ଣ୍ଣିମା ମଲ୍ଲିକ, ମୀରା ମଲ୍ଲିକ, ଶ୍ରାବଣୀ ଦଳେଇ, ଶୁଭ ଲକ୍ଷ୍ମୀ ବାରିକ ଙ୍କ ସହିତ ସୋମ ବିନ୍ଧାଣି ସହଯୋଗ କରିଥିଲେ।ପରେ ପରେ ଏକ ଶୋଭାଯାତ୍ରାରେ ସମସ୍ତ ପ୍ରତିଯୋଗୀ ଛାତ୍ର ଛାତ୍ରୀ ଙ୍କ ସହିତ ଅନୁଷ୍ଠାନ ର ସଭାପତି ଓ ଶିକ୍ଷୟିତ୍ରୀ ମାନେ ଚିତଲପୁର ଗ୍ରାମ ସହିତ ପଡୋଶୀ ଗ୍ରାମ ପରିକ୍ରମା କରିଥିଲେ।
