ବିଧାୟକଙ୍କୁ ନିମନ୍ତ୍ରଣ ନକରିବା ପଡ଼ିଲା ମହଙ୍ଗା,
ନିର୍ବାହୀ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ।
ତାଳଚେର:୪.୮.୨୬.(ନିପ୍ର) ତାଲଚେର ପୌର ପରିଷଦରେ ସ୍ୱାୟତ୍ତ ଶାସନ ଦିବସ ପାଳନକୁ ନେଇ ଉଠିଛି ପ୍ରଶ୍ନ। ପୌର ପରିଷଦ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମକୁ ସ୍ଥାନୀୟ ବିଧାୟକ ବ୍ରଜକିଶୋର ପ୍ରଧାନଙ୍କୁ ନିମନ୍ତ୍ରଣ ନକରିବା ଘଟଣା ଏବେ ଚର୍ଚ୍ଚାରେ।
ଏହି ଘଟଣାକୁ ନେଇ ତାଲଚେର ପୌର ପରିଷଦର ନିର୍ବାହୀ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ସରକାରୀ କାର୍ଯ୍ୟକ୍ରମରେ ନିର୍ବାଚିତ ଜନପ୍ରତିନିଧିଙ୍କୁ ଉପଯୁକ୍ତ ଗୁରୁତ୍ୱ ଦେବା ନିୟମ ରହିଥିବାବେଳେ, ଏଠାରେ ବିଧାୟକଙ୍କୁ କାହିଁକି ନିମନ୍ତ୍ରଣ କରାଗଲା ନାହିଁ, ସେନେଇ ଅଧିକାରୀଙ୍କୁ ଜବାବ ମଗାଯାଇଛି।
ଏହି ଘଟଣାରେ କାହିଁକି ତାଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ, ସେନେଇ ମଧ୍ୟ ନୋଟିସରେ ସ୍ପଷ୍ଟୀକରଣ ମଗାଯାଇଛି। ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଏହାର ଉତ୍ତର ଦେବାକୁ ନିର୍ବାହୀ ଅଧିକାରୀଙ୍କୁ କୁହାଯାଇଛି।
ତେବେ ବିଧାୟକଙ୍କୁ ନିମନ୍ତ୍ରଣ ନକରିବା ଘଟଣାରେ ଆଗକୁ କ’ଣ ପଦକ୍ଷେପ ନିଆଯାଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର।
