
ବସ୍ତା (ସେଖ ଆଜାରୁଦ୍ଦିନ) : ବାଲେଶ୍ଵର ମୟୂରଭଞ୍ଜ ସୀମାନ୍ତ ରେ ଗୋଟିଏ ହାତୀ ର ଉତ୍ପାତ ଦିନକୁ ଦିନ ବଢ଼ିବାରେ ଲାଗିଛି । ଯାହା ସୀମାନ୍ତ ଅଞ୍ଚଳ ବାସୀ ଙ୍କ ମୁଣ୍ଡ ବ୍ୟଥା ର କାରଣ ପାଲଟିଛି । ଲୋକେ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି ବୋଲି ଅଭିଯୋଗ ହୋଇଛି । ଏହି ହାତୀ ବିଳମ୍ବିତ ରାତିରେ ଆସି ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ର ପତ୍ରଝଡ଼ା ଗ୍ରାମରେ ଦୁଇଟି ଘର ଭାଙ୍ଗିବା ସହିତ କ୍ଷତି କରିଥିବା ଜଣା ପଡ଼ିଛି । ଅଭିଯୋଗ ଅନୁସାରେ ବିଳମ୍ବିତ ରାତିରେ ସମସ୍ତେ ଶୋଇ ଥିବା ବେଳେ ରାସଗୋବିନ୍ଦପୁର ବନାଞ୍ଚଳ ରେ ଦୀର୍ଘ ଦିନ ଧରି ରହି ଆସୁଥିବା ହାତୀ ଟି ପତ୍ରଝଡ଼ା ଗ୍ରାମ ଭିତରକୁ ପଶି ଆସି ଏହି ଗ୍ରାମର କିରଣ ବେହେରା ଙ୍କ ଘର ଭାଙ୍ଗି ୫୦ କିଲୋ ରୁ ଊର୍ଦ୍ଧ୍ବ ଚାଉଳ, ୧୫ କିଲୋ ରୁ ଊର୍ଦ୍ଧ୍ବ ଧାନ ବିହନ ଖାଇ ଦେଇଥିଲା । ତାପରେ ପିତାମ୍ବର ବେହେରା ଙ୍କ ଘର ଭାଙ୍ଗି ୮ ଟି କୁକୁଡ଼ା କୁ ଦଳି ମାରିବା ସହିତ ଧାନ ଖାଇ ଘର ର କାନ୍ଥ ଭାଙ୍ଗି ପଳାଇ ଥିଲା । ଘର ଭିତର କୁ ପଶି ନପରିବା ରୁ କୌଣସି ବଡ଼ ଧାରଣ ର କ୍ଷତି ହୋଇ ନଥିଲା । ଶୁକ୍ରବାର ସକାଳେ ଖବର ପାଇ ସରପଞ୍ଚ ପ୍ରତିନିଧି ପ୍ରଦୀପ ବେହେରା କ୍ଷତିଗ୍ରସ୍ତ ପରିବାର ଙ୍କୁ ଭେଟି ବସ୍ତା ରାଜସ୍ବ ଅଧିକାରୀ ଙ୍କୁ ନେଇ କ୍ଷୟ କ୍ଷତି ଆକଳନ କରିଛନ୍ତି। କ୍ଷତି ଗ୍ରସ୍ତ ପରିବାର କୁ ସରକାରୀ ସାହାଯ୍ୟ ପାଇଁ ଦାବି ହୋଇଛି।