ଆମ୍ବଗଡ଼ିଆ ବିକାଶ ପରିଷଦ ପକ୍ଷରୁ ସାଂସଦ ଓ ବିଧାୟକଙ୍କୁ ଦାବିପତ୍ର ପ୍ରଦାନ
ବେତନଟୀ/ ଆମ୍ବଗଡ଼ିଆ ବିକାଶ ପରିଷଦ ପକ୍ଷରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ବିଧାୟକ ବଡ଼ସାହି ସନାତନ ବିଜୁଳି ଙ୍କୁ ଆମ୍ବଗଡ଼ିଆ ପଞ୍ଚାୟତ ଭଗବାନପୁର ଗ୍ରାମ ରେଳ ଲାଇନ ଠାରେ ଗଳାପୋଲ ନିର୍ମାଣ କିମ୍ବା ଭଗବାନପୁର ଗ୍ରାମଠାରୁ ଉତ୍ତର ପାର୍ଶ୍ୱରେ ବାମଡା ରେଳ ଗେଟ୍ ପର୍ଯ୍ୟନ୍ତ ଆପ୍ରୋଚ ରୋଡ ନିର୍ମାଣ ପାଇଁ ଅନେକ ଥର ରେଳ ବିଭାଗର ଅଧିକାରୀ, ରେଳମନ୍ତ୍ରୀଙ୍କୁ ଦିଆ ଯାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ କିଛି ବ୍ୟବସ୍ଥା ହୋଇନାହିଁ, ଏହି ଭଗବାନପୁର ଗ୍ରାମ ଦେଇ ଛ ଗୋଟି ଗ୍ରାମର ଗ୍ରାମବାସୀ ନିତ୍ୟ ଯିବା ଆସିବା କରନ୍ତି ରେଳ ବିଭାଗ ପକ୍ଷରୁ ଏହି ରାସ୍ତା ଅବରୋଧ କରିବା ଦ୍ୱାରା ଲୋକ ମାନେ ଅନେକ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି ଯଥା ଆମ୍ବୁଲାନ୍ସ, ଦମକଳ, ପୋଲିସ ଓ ଅନ୍ୟାନ୍ୟ ସମସ୍ତ ଗାଡ଼ି ଯିବା ଆସିବା କରି ପାରୁନାହିଁ । ଏହି ସମସ୍ୟାର ସମାଧାନ ନିମନ୍ତେ ଆମ୍ବଗଡ଼ିଆ ବିକାଶ ପରିଷଦ ସଭାପତି ଅନ୍ତର୍ଯ୍ୟାମୀ ମହାପାତ୍ର, ଉପଦେଷ୍ଟା ଚକ୍ରଧର ଆଚାର୍ଯ୍ୟ, ରଘୁପୁର ମଣ୍ଡଳ ଭାଜପା ସଭାପତି ଶାନ୍ତନୁ ପଣ୍ଡା, ଆମ୍ବଗଡ଼ିଆ ପଞ୍ଚାୟତ ଭାଜପା ସଭାପତି ମନୋରଞ୍ଜନ ଉପାଧ୍ୟାୟ ପ୍ରମୁଖଙ୍କ ଦ୍ଵାରା ବେତନଟୀ ଠାରେ ସାଂସଦ ଓ ବିଧାୟକଙ୍କୁ ଏହି ଦାବି ପତ୍ର ପ୍ରଦାନ କରାଯାଇଥିଲା ହେଲେ ଏ ପର୍ଯ୍ୟନ୍ତ ସମସ୍ୟା ସମାଧାନ ପାଇଁ କୌଣସି ପ୍ରତିଶ୍ରୁତି ମିଳିପାରିନାହିଁ ।
