ଝାରପୋଖରିଆ ପୋଲିସ ପକ୍ଷରୁ ବେଆଇନ ଗୋରୁ ବୋଝେଇ ଟ୍ରକ୍ ଜବତ
___________________
ସାରସକଣା,(୨୯/୮/୨୬):(ନି.ପ୍ର):
ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ପୋଲିସକୁ ମିଳିଛି ବଡ଼ ସଫଲତା । ମିଳିଥିବା ସୂଚନା ଅନୁସାରେ ଝାରପୋଖରିଆ ଟୋଲ୍ ପ୍ଲାଜା ନିକଟରେ ଏକ ଗୋରୁ ବୋଝେଇ ଟ୍ରକ୍ ଦୁର୍ଘଟଣା ଘଟାଇବା ପରେ ଟ୍ରକ୍ ଟି ସେଠାରୁ ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଖବର ପାଇ ଝାରପୋଖରିଆ ଥାନା ଅଧିକାରୀ ସତ୍ୟବ୍ରତ ଗ୍ରହାଚାର୍ଯ୍ୟ ତୁରନ୍ତ ପଦକ୍ଷେପ ନେଇ ଗୋରୁ ବୋଝଇ ଟ୍ରକ୍ ଟିକୁ ଜବତ କରି ଥାନାକୁ ଆଣିଛନ୍ତି । କିନ୍ତୁ ଟ୍ରକ ର ଚାଳକ ଦୁର୍ଘଟଣା ଘଟାଇ ଘଟଣା ସ୍ଥଳରୁ ଚମ୍ପଟ ମାରିଛି ।ଝାରପୋଖରିଆ ଆଇଆଇସିଙ୍କ ଉଦ୍ୟମ ଓ ପୋଲିସ ଟିମର ତତ୍ପରତା ଯୋଗୁଁ ଏହି ସଫଳତା ମିଳିଥିବାର ଜଣାପଡିଛି । ଘଟଣାକୁ ନେଇ ଝାରପୋଖରିଆ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରଖିଛନ୍ତି । ଉକ୍ତ ଟ୍ରକ୍ ଭିତରେ ପ୍ରାୟ ୩୦ ଉର୍ଦ୍ଧ୍ଵ ଗୋରୁ ଗୁଡିକୁ ଆମାନୁଷିକ ଭାବେ ନିଆଯାଉଥିବା ଦେଖିବାକୁ ମିଳିଥିଲା । ପୋଲିସ ସମସ୍ତ ଗୋରୁଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହିତ ଝାଡ଼ଖଣ୍ଡ ସ୍ଥିତ ଚାକୁଳିଆ ଗୋଶାଳା କେନ୍ଦ୍ରକୁ ପଠାଇ ଦେଇଛନ୍ତି । ଅନିଲ କୁମାର ସାହୁ ସାରସକଣା ପ୍ରତିନିଧି ଭଞ୍ଜଦୂତ ଖବର ।
