
ସୋର (ଜ୍ୟୋତି ପ୍ରକାଶ ଦୀକ୍ଷିତ): ବାଲେଶ୍ଵର ଜିଲ୍ଲାର ସୋର ବ୍ଳକର ସାପ କାମୁଡାରେ ବୃଦ୍ଧ ଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। କିଛି ଦିନ ପୂର୍ବେ ସୋର ବ୍ଳକ ସିନ୍ଧୁଆ ଗ୍ରାମ ରେ ଜଣେ ନାବାଳିକା ର ସାପ କାମୁଡାରେ ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ଜଣ ଙ୍କ ମୃତ୍ୟୁ ସାପ କାମୁଡ଼ା ଯୋଗୁଁ ହୋଇଛି।ଘଟଣା ରୁ ପ୍ରକାଶ ସୋର ବ୍ଳକ ସବିରା ପଞ୍ଚାୟତ ଚାଳିଶ ମାଢ ଗ୍ରାମ ର ବୈରାଗୀ ନାୟକ (୬୧), ଆଜି ସକାଳେ ବିଲରେ ହିଡ ଦେଉଥିବା ସମୟରେ ଏକ ଚନ୍ଦନ ବୋଡ଼ା ସାପ ତାଙ୍କ ବାମ ଗୁଡକୁ ଦଶଂନ କରିଥିଲା। ସେ ଜାଣିବାକୁ ପାଇଲା ପରେ ନିକଟସ୍ଥ ଗ୍ରାମ ର ଛଡାଫୁଙ୍କା ପାଇଁ ଜଣେ ଗୁଣିଆ ପାଖକୁ ଯାଇଥିଲେ। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ସୋର ଡାକ୍ତରଖାନା ଆଣିଥିଲେ। ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ତାଙ୍କ ମୃତ୍ୟୁ ରେ ଚାଳିଶ ମାଢ ଗ୍ରାମ ସମେତ ସମଗ୍ର ସବିରା ପଞ୍ଚାୟତ ରେ ଶୋକ ର ଛାୟା ଖେଳିଯାଇଛି।