
ସୋର (ଜ୍ୟୋତି ପ୍ରକାଶ ଦୀକ୍ଷିତ):ସ୍ବାମୀ ବିବେକାନନ୍ଦ ଯୁବକ ସଂଘର ମାତା ଭୁବନେଶ୍ଵରୀ ଦେବୀ ସମ୍ମିଳନୀ କକ୍ଷରେ ବିଶ୍ଵ ବିଜୟୀ ସ୍ବାମୀ ବିବେକାନନ୍ଦଙ୍କ ୧୨୩ ତମ ମହାପ୍ରୟାଣ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଯୁବକ ସଂଘର ସଭାପତି କମଳ ଲୋଚନ ବାରିକ ସ୍ବାମୀଜୀଙ୍କ ଫଟୋଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ ସହ ପ୍ରଦୀପ ପ୍ରଜ୍ୱଳନ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଏଥି ସହିତ ଉପସ୍ଥିତ ସମସ୍ତେ ଧ୍ୟାନକରି ପାଞ୍ଚ ମିନିଟ୍ ସ୍ୱାମୀଜୀଙ୍କ ଉଦ୍ଧେଶ୍ୟରେ ପ୍ରାର୍ଥନା କରିବା ସହ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥଲା।ଉକ୍ତ ସଭାରେ ସ୍ବାମୀଜୀଙ୍କ ନୀତି ଆଦର୍ଶ ଏବଂ ରାଷ୍ଟ୍ର ନିର୍ମାଣରେ ଯୁବ ଗୋଷ୍ଠୀ ମାନଙ୍କର ଭୂମିକା ଉପରେ ଆଲୋଚନା କରାଯାଇଥିଲା। ଏଥି ସହିତ ପୂର୍ବ ସନ୍ଧ୍ୟାରେ ଡଗରପଡ଼ା ସ୍ଥିତ ବିବେକ ଭାରତୀ ଆଶ୍ରମରେ ପିଲା ମାନଙ୍କୁ ପୋଷାକ ଏବଂ ଖାଦ୍ୟ ବଣ୍ଟନ କରାଯାଇ ଉକ୍ତ ଦିବସକୁ ସେବା ଦିବସ ରୂପେ ପାଳନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଯୁବକ ସଂଘର ଉପସଭାପତି ପତିତପାବନ ମହାପାତ୍ର , ସମ୍ପାଦକ ସରୋଜ କୁମାର ବିଶ୍ବାଳ , କୋଷାଧ୍ୟକ୍ଷ ବିଶ୍ବରଂଜନ ସାହୁ , ସ୍ଲୋଗାନ ଦାସ ପ୍ରମୁଖ ଉପସ୍ଥିତ ଥିଲେ।