ଛଦେଶ ବିକାଶ ପରିଷଦର ୩୦ ଜଣିଆ ଟିମ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ।
ଢେ଼ଙ୍କାନାଳ ଜିଲ୍ଲା ସଦର ବ୍ଲକର ଛଦେଶ ଅଞ୍ଚଳଟି ସଦର ବ୍ଲକର ୮ଟି ପଞ୍ଚାୟତ ଏବଂ ଓଡ଼ାପଡ଼ା ବ୍ଲକର ୪ ଟି ପଞ୍ଚାୟତକୁ ନେଇ ଗଢିଉଠିଛି। ଛଦେଶ ଅଞ୍ଚଳଟି ବହୁ ସମସ୍ୟା ଦେଇ ଗତିକରି ବିଭିନ୍ନ କ୍ଷେତ୍ରରେ ଅବହେଳିତ ହୋଇ ପଡ଼ିଛି। ଛଦେଶବାସୀ ଏହାର ପ୍ରତିବାଦ କରି ଭାପୁର ଠାରେ ୧୦ ଦଫା ଦାବି ନେଇ ଛଦେଶ ବିକାଶ ପରିଷଦ ପକ୍ଷରୁ ଛଦେଶ ବନ୍ଦ ପରେ ଏହି ୧୦ ଦଫା ଦାବି ନେଇ ଛଦେଶ ବିକାଶ ପରିଷଦ ପକ୍ଷରୁ କ୍ରାନ୍ତି ଦିବସ ଅଗଷ୍ଟ ୯ ଠାରୁ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଅହୋରାତ୍ର ୧୦ ଦଫା ଦାବୀକୁ ନେଇ ଧାରଣା ଦେଇଥିଲେ। ୧୦ ଟି ମୁଖ୍ୟ ଦାବି ହେଲା ଯଥା-
୧- ଛଦେଶ ବ୍ଳକ ଗଠନ .
୨- ବିଜୁଳି ସମସ୍ୟା ସ୍ଥାୟୀ ସାମାଧାନ
୩- ଭାପୁର ତଥା ଅନ୍ୟ ମେଡିକାଲ ଗୁଡିକରେ ଡାକ୍ତର ଷ୍ଟାଫ ଓ ଅନ୍ୟାନ୍ୟ ସୁବିଧା ଉପଲବ୍ଧ .
୪- ଭାପୁର ଫାଣ୍ଡି କୁ ଥାନାଜୁ ପରିଣତ.
୫- ସାପୁଆ ନଦୀର ସୁରକ୍ଷା
୬-ଶଙ୍କରପୁର କୋତ୍ତମ ରାସ୍ତା ମରାମତି .
୭- ଭତ୍ତା ଧାରୀଙ୍କ ଭତ୍ତା ଟଙ୍କା ତୁରନ୍ତ ଯୋଗାଇବା
୮- ଉପଯୁକ୍ତ ହିତାଧିକାରୀଙ୍କୁ ଆବାସ ଗୃହ ଯୋଗାଣ .
୯- ଦମକଳ କେନ୍ଦ୍ର ସ୍ଥାପନ .
୧୦- ଭାପୁରରେ ଏକ ବାଳିକା ଉଚ୍ଚ ବିଦ୍ୟାଳୟ ସ୍ଥାପନ । ଏଥିରେ ଫଳ ପଦ ନ ହେବାରୁ ଛଦେଶ ବିକାଶ ପରିଷଦର ୩୦ ଜଣିଆ ଏକ ଟିମ୍ କମିଟି ଆଜି ଭୁବନେଶ୍ୱର ଗ୍ରସ୍ତ କରିଥିଲେ। ପୂର୍ବତନ ବିଧାୟକ ସୁଧୀର କୁମାର ସାମଲଙ୍କ ସହଯୋଗରେ ନବୀନ ନିବାସକୁ ଯାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧିଦଳର ନେତା ଶ୍ରୀ ନବୀନ ପଟ୍ଟନାୟକ ଭେଟି ଏହି ସମସ୍ୟାର ସମାଧାନ ପାଇଁ ଦାବୀ ଜଣାଇ ଥିଲେ। ଢେଙ୍କାନାଳ ରୁ ରିପୋର୍ଟର ବିଷ୍ଣୁ ଚରଣ ସାହୁ ।
