ନାକଟିଦେଉଳରେ ପଂଚାୟତ ସମିତି ବୈଠକ ନାକଟିଦେଉଳ :ଭଂଜଦୂତ )-୨୧/୦୮- ନାକଟିଦେଉଳ ବ୍ଲକ ସ୍ଥିତ ରାଜୀବ ଭଵନ ସଭା ଗୃହରେ ୧୩ତମ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ପଂଚାୟତ ସମିତି ଅଧ୍ୟକ୍ଷା ସ୍ୱରପା ରାଣୀ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ରେଢ଼ାଖୋଲ ବିଧାୟକ ତଥା ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଯୋଗ ଦେଇ କୃଷି,ବିଦ୍ୟୁତ, ଶିକ୍ଷା, ପାନୀୟ ଜଳ, ପଶୁ ବିଭାଗ, ଉଦ୍ୟାନବିଭାଗ, ଆବାସ ଯୋଜନା, ସମନ୍ୱିତ ଶିଶୁ ବିକାଶ ଯୋଜନା , ସହିତ ଅନ୍ୟାନ ବିଭାଗ ଦ୍ୱାରା ହୋଇଥିବା ବିଭିନ୍ନ ଉନୟନ ମୂଳକ କାର୍ଯ୍ୟ ଗୁଡିକ ର ସମୀକ୍ଷା କରିଥିଲେ ।ଏହି ବୈଠକ ରେ ନାକଟିଦେଉଳରେ ସାର ଅଭାବ ଥିବା ବେଳେ କୃଷି ବିଭାଗର ବିଭାଗୀୟ ଅଧିକାରୀ ଉପସ୍ଥିତ ନଥିବାରୁ ଜନପ୍ରତିନିଧି ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ।ଆଗକୁ ଏଭଳି ନହେବା ପାଇଁ ଏହାର ପଦକ୍ଷେପ ନେବା ପାଇଁ ବଧାୟକ ବ୍ଲକ ପ୍ରଶାସନକୁ ପରାମର୍ଶ ଦେବା ସହିତ ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଅବଗତ କରାଇବା କୁ କହିଥିଲେ। ଏହି ବୈଠକରେ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥି ବା ବେଳେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଉପରେ ପ୍ରସ୍ତାବ ଦିଆଯାଇଛି ।ବୈଠକରେ ନାକଟିଦେଉଳ ବିଡ଼ିଓ ଆକାଶ ରଞ୍ଜନ ସାହୁ , ତହସିଲଦାର ଅମର ଜେ ଡୁଙ୍ଗଡୁଙ୍ଗ, ବ୍ଲକ ଉପାଧ୍ୟକ୍ଷ ଜିତେନ୍ଦ୍ର ପ୍ରଧାନ, ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ନେତ୍ରାନନ୍ଦ ରାଉଳ ପ୍ରମୁଖ ମଞ୍ଚାସିନ ଥିଲେ I
