*କଲେଜ ଛାତ୍ରଙ୍କୁ ସଂଘବଦ୍ଧ ହତ୍ୟା ମାମଲାର ପର୍ଦ୍ଦାଫାଶ*
-୩ ଗିରଫ, ୨ ନାବାଳକ ଅଟକ
ଛୁରି, ଲୁହାଛଡ଼ ଓ ୨ ବାଇକ୍ ଜବତ
-ସିସିଟିଭି ଫୁଟେଜ୍ରୁ ମିଳିଲା ସୁରାକ୍
-ପାରାବେଡ଼ାରୁ ମୁଖ୍ୟ ଅଭିଯୁକ୍ତକୁ ଧରିଲା ପୁଲିସ
ଜୟପୁର, ଜୟପୁର ସହରର କେଟିଏମ୍ ଶୋ’ରୁମ୍ ନିକଟରେ ଗତ ୨୧ ତାରିଖ ଶୁକ୍ରବାର ଘଟିଥିବା ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ଟାଉନ୍ ଥାନା ପୁଲିସ। ୧୯ ବର୍ଷୀୟ କଲେଜ ଛାତ୍ର ଦେବାଶିଷ କିଶାନ କୁଲଦୀପଙ୍କୁ ବାଟ ଓଗାଳି ଆକ୍ରମଣ ଓ ଛୁରାମାଡ଼ କରି ହତ୍ୟା କରିବା ଘଟଣାରେ ଶନିବାର ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଘଟଣାରେ ସଂପୃକ୍ତ ୨ ନାବାଳକଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ହାଜର କରାଯାଇଛି। ଅଭିଯୁକ୍ତଙ୍କଠାରୁ ଗୋଟିଏ ଛୁରି, ଗୋଟିଏ ଲୁହା ଛଡ଼, ୨ଟି ବାଇକ୍ ଓ ମୋବାଇଲ୍ ଜବତ କରାଯାଇଛି। ଅଭିଯୁକ୍ତମାନେ ହେଲେ ରଣ୍ଡାପାଲ୍ଲୀ ଗ୍ରାମର ଜଗା ହରିଜନ, ଉମୁରୀର ଦିନେଶ କୁମାର ହରିଜନ ଏବଂ ଶୁଣ୍ଡି କେବିଡି ଗ୍ରାମର ଚନ୍ଦ୍ରକାନ୍ତ ହରିଜନ।
ସୂଚନାଯୋଗ୍ୟ, ଶୁକ୍ରବାର କେଟିଏମ୍ ଶୋ’ରୁମ୍ ନିକଟରେ ପୂର୍ବାହ୍ନ ୧୧ଟାରେ ଜଣେ କଲେଜ ଛାତ୍ରଙ୍କୁ ଛୁରାମାଡ଼ ହୋଇଥିବା ନେଇ ଟାଉନ୍ ଥାନା ପୁଲିସ ସୂଚନା ପାଇଥିଲା। ଗୁରୁତର ଯୁବକଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲେ ହେଁ ତାଙ୍କ ମୃତ୍ୟୁ ଘଟିଥିଲା। ଏ ନେଇ ଟାଉନ୍ ଥାନାରେ କେଶ୍ ନଂ-୩୨୦/୨୬ ଅନୁଯାୟୀ ମାମଲା ରୁଜୁ ହୋଇଥିଲା। ଟାଉନ ଥାନା ଅଧିକାରୀ ଉଲ୍ଲାସ ଚନ୍ଦ୍ର ରାଉତଙ୍କୁ ଘଟଣାର ତଦନ୍ତ ଦାୟିତ୍ବ ଦିଆଯାଇଥିଲା। ଏଥିସହ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରୁ ରକ୍ତ ନମୁନା ସଂଗ୍ରହ କରିଥିଲା। ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ପରେ ପୁଲିସ ଘଟଣାସ୍ଥଳ ଓ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା। ଫୁଟେଜ୍ରୁ ହତ୍ୟାକାଣ୍ଡରେ ୫ ଜଣ ସମ୍ପୃକ୍ତ ଥିବା ପୁଲିସ ସୁରାକ୍ ପାଇଥିଲା। ଶନିବାର ସକାଳୁ ଗୁପ୍ତ ସୂଚନା ଆଧାରରେ ପୁଲିସ ପାରାବେଡ଼ା ନିକଟରେ ଚଢ଼ଉ କରି ଜଗା ହରିଜନଙ୍କୁ ଗିରଫ କରିଥିଲା। ତାଙ୍କୁ ପଚରାଉଚରା ପରେ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରି ଓ ଲୁହାଛଡ଼ ଜବତ କରାଯାଇଥିଲା। ପରେ ଦିନେଶ କୁମାର ହରିଜନ ଓ ଚନ୍ଦ୍ରକାନ୍ତ ହରିଜନଙ୍କୁ ଗିରଫ କରାଯାଇଥିଲା। ଅନ୍ୟ ଦୁଇ ନାବାଳକଙ୍କୁ ଅଟକ ରଖି ଜୁଭେନାଇଲ ଜଷ୍ଟିସ୍ ବୋର୍ଡରେ ହାଜର କରାଯାଇଛି। ତଦନ୍ତ ସମୟରେ ଘଟଣାରେ ବ୍ୟବହୃତ ୨ଟି ବାଇକ୍ ଓ ଅଭିଯୁକ୍ତଙ୍କ ମୋବାଇଲ୍ ମଧ୍ୟ ପୁଲିସ ଜବତ କରିଥିବା ନେଇ ଟାଉନ ଥାନା ପକ୍ଷରୁ ସୂଚନା ମି
