ଭୋଗରାଇ ବିଜେପି ପକ୍ଷରୁ ବନ୍ୟାବିପନ୍ନଙ୍କୁ ରିଲିଫ୍ ବଣ୍ଟନ।।
ବସ୍ତା:-(ନି.ପ୍ର) ସେଖ ଆଜାରୁଦ୍ଦିନ
ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରେ ସୁବର୍ଣ୍ଣରେଖା ନଦୀର ପ୍ରଳୟଙ୍କରୀ ବନ୍ୟା ଯୋଗୁଁ ଜନଜୀବନ ବେହାଲ ହୋଇପଡ଼ିଛି। ବନ୍ୟାରେ ବ୍ଲକର ବହୁ ପରିବାର ପ୍ରଭାବିତ ହୋଇଥିବା ବେଳେ କୁଳିଦା ପଞ୍ଚାୟତର ବିଭିନ୍ନ ଅଞ୍ଚଳକୁ ଗତ ପାଞ୍ଚ ଦିନ ଧରି ଯୋଗାଯୋଗ ବିଚ୍ଛିନ୍ନ ରହିଥିବା ଜଣାପଡ଼ିଛି। ଏଭଳି ଦୁର୍ଦ୍ଦିନ ସମୟରେ ଭୋଗରାଇ ବିଜେପି ପକ୍ଷରୁ ବନ୍ୟାବିପନ୍ନଙ୍କ ନିକଟରେ ସହାୟତାର ହାତ ବଢ଼ାଯାଇଛି। ବିଜେପି ନେତା ଓ କର୍ମୀମାନେ ପ୍ରଭାବିତ ଲୋକଙ୍କ ନିକଟରେ ପହଞ୍ଚି ଚୁଡ଼ା, ବିସ୍କୁଟ, ମିକ୍ସଚର ସମେତ ବିଭିନ୍ନ ପ୍ରକାର ଶୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି। ଏହି ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମରେ ଭୋଗରାଇ ବିଜେପିର ପ୍ରତିନିଧି ଓ କର୍ମୀମାନେ ସାମିଲ ହୋଇ ବନ୍ୟାବିପନ୍ନଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରିଥିଲେ। ବନ୍ୟା ସମୟରେ ଭୋଗରାଇ ବିଜେପି ପକ୍ଷରୁ ନିଆଯାଇଥିବା ଏହି ମାନବିକ ପଦକ୍ଷେପକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି।
